ନୂଆପଡା ୧୮।୪: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ତାପମାତ୍ରା ୪୩ ଡିଗ୍ରୀ ଟପିଥିବା ବେଳେ, ଏହା ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି ।ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତା ୨୦ରୁ ୨୨ ତାରିଖ ତିନି ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ତେବେ ଜନଗଣନା, ପ୍ରବେଶ, ୟୁନିଫର୍ମ ବଣ୍ଟନ ଓ ରେକର୍ଡ ଅପଡେଟ୍ ଚାଲିଥିବାରୁ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସ୍କୁଲରେ ଉପସ୍ଥିତ ରହିବେ । ସମସ୍ତ ସତର୍କତାର ସହ ଜନଗଣନା ଜାରି ରହିବ । ଏନେଇ ଏକ ସ୍ୱତନ୍ତ୍ର ନୋଟିସ୍ ଜାରି କଲେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ।

Also Read:- Puri Chandan Yatra: ପୁରୀ ଚନ୍ଦନ ଯାତ୍ରାକୁ ନେଇ ବଡ଼ ନିଷ୍ପତ୍ତି, ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ

ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ୫ ଜିଲ୍ଲାରେ ଛୁଟି ଘୋଷଣା କରାଯାଇ ସାରିଛି ।ଶୁକ୍ରବାର ବଲାଙ୍ଗିର, ସୋନପୁର, କଳାହାଣ୍ଡି, ବୌଦ୍ଧ ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଆଉ ଶନିବାର ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ।