ଭୁବନେଶ୍ୱର ୧୧।୦୭ : ବଢିଲା ପୁଣି ଚର୍ଚ୍ଚା । କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେପିରେ ମିଶିବା ନେଇ ବଢିଲା ଚର୍ଚ୍ଚା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଭାତ ବିଶ୍ୱାଳଙ୍କ ପୁଅ ତଥା କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । ଏନେଇ କୌଣସି ନେତା କିମ୍ବା କର୍ମୀ ମୁହଁ ଖୋଲିନଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ଆଲୋଚନା ସରଗରମ।

ଖବର ଅନୁଯାୟୀ,  ଆସନ୍ତା ୧୨ ତାରିଖ ଦିନ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପଦ୍ମ ଧରିବେ ବୋଲି ଆପାତତଃ ସ୍ଥିର ହୋଇଛି। ଭୁବନେଶ୍ଵର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉ। ଏହି ମିଶ୍ରଣ ପର୍ବରେ ପ୍ରଭାତଙ୍କ ବହୁ ସମର୍ଥକ, ଅନୁଗତ କର୍ମୀ ମଧ୍ୟ ସାମିଲ୍ ହେବେ। ପ୍ରଭାତଙ୍କ ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ସମେତ ଦଳର ବହୁ ତୁଙ୍ଗନେତା ଉପସ୍ଥିତ ରହିବେ।