ନୂଆଦିଲ୍ଲୀ ୨୭।୧୦ : ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ବାତ୍ୟାକୁ ନେଇ ବଢ଼ିଲାଣି ଚିନ୍ତା। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୩୫ କିଲୋମିଟର ରହିବାକୁ ଥିବାବେଳେ ଝଟକା ପବନର ବେଗ ୧୫୦ କିଲୋମିଟର ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଅର୍ଣ୍ଣବ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିପାରେ। ଏହାସହ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ପ୍ରବଳ ପବନ ଯୋଗୁଁ ବଡ଼ ବଡ଼ ଗଛ ଉପୁଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବାର ଆଶଙ୍କା ମଧ୍ୟ ରହିଛି।

Also Read:-Cyclone Arnab: ମାଲକାନଗିରି ସବୁଠୁ ଅଧିକ ପ୍ରଭାବିତ ଆଶଙ୍କା, ମୁକାବିଲା ପାଇଁ ମଇଦାନରେ NDRF ଓ ODRF

ଏପଟେ ବାତ୍ୟାର ପ୍ରଭାବରେ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହୋଇପାରେ। ଆସନ୍ତା ୨୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ଆଶଙ୍କା ରହିଛି। କେବଳ ଓଡ଼ିଶା ନୁହେଁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ମଧ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ। ତେବେ ୨୯ ତାରିଖ ସନ୍ଧ୍ୟା ପରେ ବାତ୍ୟା ପ୍ରଣାଳୀ ଦୁର୍ବଳ ହେବା ସହ ପାଗରେ ପରିବର୍ତ୍ତନ ଆସିବ। ଏହାପରେ ଧୀରେ ଧୀରେ ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି।

Watch Video:-