ଭୁବନେଶ୍ୱର ୨୭।୧୦ : ଉପକୂଳ ମୁହାଁ ବାତ୍ୟା ଅର୍ଣ୍ଣବ । ଲ୍ୟାଣ୍ଡଫଲ୍ ପରେ ମାଲକାନଗିରି ବେଶୀ ପ୍ରଭାବିତ ହେବ । ସେହିପରି କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡ଼ା ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ପ୍ରଶାସନ ଏବଂ ସରକାର ପୁରା ସଜାଗ ରହିଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ବାତ୍ୟା ଅର୍ଣ୍ଣବ ନେଇ ମଙ୍ଗଳବାର ବସିଥିଲା ସମୀକ୍ଷା ବୈଠକ । ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ବାତ୍ୟାର ସ୍ଥିତି ଏବଂ ଲୋକଙ୍କୁ ଥଇଥାନ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ପରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସିଭିୟର ସାଇକ୍ଲୋନିକ ଷ୍ଟ୍ରମ ଅର୍ଣ୍ଣବର ଗତିପଥ ପ୍ରଚଣ୍ଡ ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ବିଶାଖାପାଟନମ ଠାରୁ ୨୨୦ ଏବଂ କାକିନାଡ଼ା ଠାରୁ ୨୪୦, ଗୋପାଳପୁର ଠାରୁ ୩୭୦ କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଛି ବାତ୍ୟା ଅର୍ଣ୍ଣବ। ପଶ୍ଚିମ ମୁହାଁ ହୋଇ ସନ୍ଧ୍ୟା ବେଳକୁ ଆହୁରି ଶକ୍ତିଶାଳୀ ହେବ ଏବଂ ଉତ୍ତର ପଶ୍ଚିମ ମୁହାଁ ହୋଇ ଆନ୍ଧ୍ର ପ୍ରଦେଶ ଅତିକ୍ରମ କରି ଶକ୍ତିଶାଳୀ ହେବ । ୧୨୫ ରୁ ୧୫୦ କିମି ବେଗରେ ପବନ ବହିବ । ବିଶାଖାପାଟନମରେ ଲ୍ୟାଣ୍ଡଫଲ କଲା ପରେ ଆନ୍ଧ୍ର ପ୍ରଦେଶ ହୋଇ ଓଡିଶା ମୁହାଁ ହେବ ଏବଂ ଶେଷରେ ମାଲକାନଗିରି ଦେଇ ଯିବ ।

Also Read:-ବାତ୍ୟା ଅର୍ଣ୍ଣବର ପ୍ରଭାବ! ଟ୍ୱିନ୍ ସିଟିରେ ପାଗ ବିଗିଡ଼ିଲା, ରାଜଧାନୀରେ ତୁହାକୁ ତୁହା ବର୍ଷା

ତେବେ ମାଲକାନଗିରିରୁ ୯୦ ଡିଗ୍ରୀରେ ଛତିଶଗଡ ଆଡକୁ ମୁହାଁଇବ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ ଗଜପତି ପ୍ରଭାବିତ ହେବ । ମାଲକାନଗିରି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିବ ବର୍ଷା । ODRF, NDRF, ଅଗ୍ନିଶମ ବାହିନୀ ନିଜ ନିଜ ସ୍ଥାନ ନେଇସାରିଲେଣି । ବାତ୍ୟା ମୁକାବିଲା ପାଇଁ ୮ ଜିଲ୍ଲାକୁ SRCଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁଦାନ ଦିଆଯାଇଛି । ୮ ଜିଲ୍ଲାକୁ ୧୯ କୋଟି ପଠାଇଲେ SRC ।

ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ୪୬୬ଟି ରିଲିଫ ସେଣ୍ଟର ନିର୍ମାଣ ସରିଛି । ବର୍ତ୍ତମାନ ସୁଦ୍ଧା ୪୭ ହଜାର ୮୩୦ ଜଣ ସ୍ଥାନାନ୍ତରିତ ହୋଇସାରିଲେଣି । ଲୋକଙ୍କୁ ନେବା ପାଇଁ ପରିବହନ ବିଭାଗର ବସ ବ୍ୟବହାର ହେଉଛି । ୩ ହଜାର ଗର୍ଭବତୀଙ୍କୁ ସ୍ଥାନାନ୍ତରିତ ପାଇଁ ଟାର୍ଗେଟ । ବର୍ତ୍ତମାନ ସୁଦ୍ଧା ୧ ହଜାର ୬୧୪ ଜଣ ଗର୍ଭବତୀ ମା ସ୍ଥାନାନ୍ତରିତ ହୋଇସାରିଲେଣି । ୩୦ ତାରିଖ ବେଳକୁ ପରିସ୍ଥିତିରେ ସୁଦ୍ଧାର ଆସିବ ।

Watch Video:-