ମୁମ୍ଵାଇ ୦୯।୦୪; ସାନ୍ୟା ମଲହୋତ୍ରାଙ୍କ ଲଭ-ଲାଇଫ ସମ୍ପର୍କରେ ଏକ ଖବର ସାମ୍ନାକୁ ଆସିଛି। ସାନ୍ୟା ଏବଂ ରିଷଭ ଶର୍ମାଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିବା ନେଇ ଜଣାପଡିଛି। ରିପୋର୍ଟ ଅନୁଯାୟୀ, ଉଭୟ ୨୦୨୫ରେ ଡେଟିଂ ଆରମ୍ଭ କରିଥିଲେ। ହେଲେ ସେମାନେ ପ୍ରଥମେ ସେମାନଙ୍କ ସମ୍ପର୍କକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ନଜର ଆସିଥିଲେ। ଦୁହେଁ କେବେବି ସାର୍ବଜନୀନରେ କପଲ ଭାବରେ ସ୍ପଟ୍ ହୋଇନଥିଲା। ଏବେ କୁହାଯାଉଛି ଯେ ସେମାନଙ୍କ ସମ୍ପର୍କ ଶେଷ ହୋଇଯାଇଛି।

ଗୋଟିଏ ବର୍ଷରୁ ଅଧିକ ସମୟ ଧରି ସମ୍ପର୍କରେ ରହିବା ପରେ, ସେମାନେ ଅଲଗା ହୋଇଯାଇଛନ୍ତି। ରିପୋର୍ଟ ଅନୁଯାୟୀ, ଦୁହେଁ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି। ସାନ୍ୟା ‘ମିସେସ୍’ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ବ୍ୟାପକ ପ୍ରଶଂସା ପାଇବା ପରେ ଏହି ଖବର ଆସିଛି।

କନଫର୍ମ କରିନାହାନ୍ତି ବ୍ରେକଅପ୍

ରିପୋର୍ଟ ଅନୁଯାୟୀ, ରିଷଭ ଏବେ ଅନ୍ୟ କାହାକୁ ଡେଟ୍ କରୁଛନ୍ତି, କିନ୍ତୁ ସେ ଏହି ଖବରକୁ ଗୋପନ ରଖିଛନ୍ତି।" ଦୁହେଁ ଚୁପଚାପ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ, ଏବଂ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ବ୍ରେକଅପ୍ ସମ୍ପର୍କରେ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। ସାନ୍ୟା କିମ୍ବା ରିଷଭ ଉଭୟଙ୍କ ବ୍ରେକଅପ୍ ବିଷୟରେ କିଛି କହି ନାହାଁନ୍ତି, କିମ୍ବା ସେମାନେ ଏହା ବିଷୟରେ କିଛି ପୋଷ୍ଟ କରିନାହାଁନ୍ତି। କୁହାଯାଇଛି ଯେ ରିଷଭ ପୂର୍ବରୁ ମୁଭଅନ କରିସାରିଛନ୍ତି ଏବଂ ତାଙ୍କର ନୂଆ ରିଲେସନଶିପକୁ ପ୍ରାଇଭେଟ ରଖିଛନ୍ତି।

ସାନ୍ୟା ଆଫେୟାର୍ସକୁ କରିଥିଲେ ଅସ୍ୱୀକାର

୨୦୨୫ ପ୍ରାରମ୍ଭରେ, ଯେତେବେଳେ ସାନ୍ୟାଙ୍କୁ ତାଙ୍କ ଲିଙ୍କ-ଅପ୍ ବିଷୟରେ ପଚରାଯାଇଥିଲା, ଅଭିନେତ୍ରୀ ହସି ପ୍ରଶ୍ନଗୁଡ଼ିକୁ ଏଡ଼ାଇ ଦେଇଥିଲେ। ସେ କହିଥିଲେ, "ନା, ମୋ ପାଖରେ ଏବେ ସମୟ ନାହିଁ। ମୁଁ ପ୍ରକୃତରେ ମୋ କାମରେ ବହୁତ ବ୍ୟସ୍ତ। ମୋ ପାଖରେ ଛୁଟି ପାଇଁ ଓ ଏସବୁ ପାଇଁ ସମୟ ନାହିଁ। ସେ ଆହୁରି କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ତାଙ୍କ କ୍ୟାରିଅର ଉପରେ ରହିଛି।

ରିଷଭ ରିଖିରାମ ଶର୍ମା କିଏ ?

ରିଷଭ ରିଖିରାମ ଶର୍ମାଙ୍କ କଥା କହିବାକୁ ଗଲେ, ସେ ପଣ୍ଡିତ ରବି ଶଙ୍କରଙ୍କ ଶିଷ୍ୟ। ସେ ନିଜକୁ ଜଣେ ପ୍ରତିଭାବାନ ସୀତାର ବାଦକ ଭାବରେ ପ୍ରତିଷ୍ଠିତ କରିଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦୀପାବଳି ଉତ୍ସବ ଏବଂ ଟେକ୍ସାସର ହ୍ୟୁଷ୍ଟନରେ ଅନୁଷ୍ଠିତ ଏକ ବିଶାଳ ସଙ୍ଗୀତ କାର୍ଯ୍ୟକ୍ରମ ସମେତ ଅନେକ ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିଛନ୍ତି।

Also Read- Cocktail 2: 'କକ୍‌ଟେଲ୍-୨'ର ପ୍ରଥମ ଗୀତ ୟୁଟ୍ୟୁବରେ କଲା ଧମାକା; ଦେଖିବାକୁ ମିଳିଲା ସାହିଦ, କ୍ରିତି ଏବଂ ରଶ୍ମିକାଙ୍କ ସିଜଲିଂ କେମେଷ୍ଟ୍ରି