ମୁମ୍ଵାଇ ୦୯।୦୪; ୨୦୧୨ର ବ୍ଲକବଷ୍ଟର ଫିଲ୍ମ ‘କକଟେଲ୍’ର ସ୍ମୃତି ପୁଣି ଥରେ ଉଜ୍ଜ୍ୱଳ ହେବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ବହୁ ପ୍ରତୀକ୍ଷିତ ସିକ୍ୱେଲର ପ୍ରଥମ ଗୀତ -ଜବ ତଲାକ୍ ଏବେ ରିଲିଜ ହୋଇଛି। ବୁଧବାର, ୮ ଏପ୍ରିଲ୍, ୨୦୨୬ ରେ, ଚଳଚ୍ଚିତ୍ର ନିର୍ମାତା ଗୀତର ପ୍ରଥମ ଲୁକ୍ ଲଞ୍ଚ କରିଛନ୍ତୁ। ଯେଉଁଥିରେ ସାହିଦ କପୁର, କୃତି ସାନନ୍ ଏବଂ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିଛି । ଏହି ତିନି ଜଣଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଯାହା ପୂର୍ବରୁ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିସାରିଛି।

'ତୁମହି ହୋ ବନ୍ଧୁ' ଭାଇବ୍

ସେୟାର ହୋଇଥିବା ଭିଡିଓ କ୍ଲିପ୍, ୧ ମିନିଟ୍ ୫୦ ସେକେଣ୍ଡର । ଏହା ପ୍ରଶଂସକମାନଙ୍କୁ ପୁରୁଣା ଗୀତ ‘କକଟେଲ୍’ର ଚାର୍ଟବଷ୍ଟର ଟ୍ରାକ୍ ‘ତୁମହି ହୋ ବନ୍ଧୁ’କୁ ମନେ ପକାଇ ଦେଇଛି। ଏହାର ସମୁଦ୍ର କୂଳ, ମନୋରମ ବେଳାଭୂମିର ଲୋକେସନ ଏବଂ କଳାକାରଙ୍କ ଚିନ୍ତାମୁକ୍ତ ଆଚରଣ ସହିତ, ଏହା ଦେଖାଯାଉଛି ଯେ ଏହି ଫିଲ୍ମ ମଧ୍ୟ ବନ୍ଧୁତା ଏବଂ ପ୍ରେମର ସେହି ଆଧୁନିକ ମିଶ୍ରଣ ସହିତ କମ୍ବ୍ୟାକ କରିଛି। ଗୀତରେ ଶାହିଦ କପୁରଙ୍କ ଡ୍ୟାସିଂ ଲୁକ୍ ଏବଂ କ୍ରିତି ଏବଂ ରଶ୍ମିକାଙ୍କ ଗ୍ଲାମରସ୍ ଅନ୍ଦାଜକୁ ଦର୍ଶକମାନେ ବିଶେଷ ଭାବରେ ପସନ୍ଦ କରୁଛନ୍ତି।

ସଙ୍ଗୀତିକ କିମ୍ବଦନ୍ତୀଙ୍କ ସଂଗମ

ଏହି ପ୍ରଥମ ଲୁକ୍ ସେୟାର କରି ମ୍ୟାଡକ୍ ଫିଲ୍ମସ୍ ଲେଖିଛନ୍ତି, "ଏହି ଗ୍ରୀଷ୍ମ ଋତୁ ଆହୁରି ଗରମ ହେବାକୁ ଯାଉଛି! ‘ଜବ୍ ତଲାକ୍’ ର ପ୍ରଥମ ଲୁକ୍ ଏବେ ସାମ୍ନାକୁ ଆସିଛି।ଅରିଜିତଙ୍କ କଣ୍ଠସ୍ୱର, ପ୍ରୀତମଙ୍କ ମ୍ୟୁଜିକ ଏହି ଗୀତକୁ ବର୍ଷର ସବୁଠାରୁ ବଡ଼ "ପାର୍ଟି ଆନଥେମ"ରେ ପରିଣତ କରିଛି। ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ, ଏହା ଲକ୍ଷ ଲକ୍ଷ ଭ୍ୟୁ ହାସଲ କରିଛି। ମାତ୍ର ୪ ଘଣ୍ଟାରେ ୩ ମିଲିୟନ ପାର କରିଛି ।

ରିଲିଜ ଡେଟ୍ ଓ ନିର୍ଦ୍ଦେଶନା

‘କକଟେଲ୍-୨’ ହୋମି ଆଦାଜାନିଆଙ୍କ ଦ୍ୱାରା ନିର୍ଦ୍ଦେଶିତ। ଯିଏ ପରୁଣା ଫିଲ୍ମର ମଧ୍ୟ ନିର୍ଦ୍ଦେଶକ ଥିଲେ। ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। କାରଣ ଶାହିଦ, କ୍ରିତି ଏବଂ ରଶ୍ମିକାଙ୍କ ନୂଆ କାଷ୍ଟିଂ ଫିଲ୍ମରେ ଏକ ସମ୍ପୂର୍ଣ୍ଣ ନୂଆ ପରିମାଣ ଆଣିବାର ପ୍ରତିଶ୍ରୁତି ଦେଉଛି। ଫିଲ୍ମ ନିର୍ମାତା ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଯେ ଏହି ସିନେମାଟି ୧୯ ଜୁନ୍ ୨୦୨୬ରେ ବିଶ୍ୱବ୍ୟାପୀ ଥିଏଟରରେ ରିଲିଜ୍ ହେବ।

Also Read- Bhoot Bangla: ୨୫ ବର୍ଷ ପରେ ପୁଣି ସ୍କ୍ରିନ ସେୟାର କରିବେ ତବୁ-ଅକ୍ଷୟ, କହିଲେ- କାହିଁକି ଏକାଠି ଦୁହେଁ କାମ କରୁନଥିଲେ