ନୂଆଦିଲ୍ଲୀ, ୦୨/୦୫ : କଥାରେ ଅଛି ସମୟ ସବୁଠୁ ବଳବାନ୍ । ସମୟ ଆଗରେ ସମସ୍ତେ ହାର୍ ମାନନ୍ତି । ତେଣୁ କୁହାଯାଏ ଆଜି ଯିଏ ରାଜେନ୍ଦ୍ରାସନେ କାଲି ସିଏ ଫକୀର । କେତେବେଳେ କିଛି ବି ଘଟିପାରେ । ଯେମିତି ରାତି ପାହିଲେ ରାଜା ହୋଇଥାନ୍ତେ ରାମଚନ୍ଦ୍ର । କିନ୍ତୁ ଯିବାକୁ ପଡିଥିଲା ବନବାସ । କିଛି ଏମିତି ଘଟିଛି ଜଣେ ବ୍ୟକ୍ତିଙ୍କ ସହ । ଯିଏ ଦିନେ ପ୍ରେଫେସର ସାଜି ଏନଡିଏର ଛାତ୍ରଛାତ୍ରୀଙ୍କୁ ପଢାଉଥିଲେ ଆଜି ତାଙ୍କର ଜୀବନ ମନ୍ଦିରରେ ବିତୁଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଭିଡିଓରେ ନଜର ଆସୁଛନ୍ତି ଜଣେ ବୃଦ୍ଧି ବ୍ୟକ୍ତି । ଆଖିକୁ ଭଲଭାବେ ଦିଶୁନି । ଖନେଇ ଖନେଇ କଥା ହେଉଛନ୍ତି । ବୟସର ସାୟାହ୍ନରେ ସେ ଏବେ । ହେଲେ ତାଙ୍କ କାହାଣୀ ଶୁଣିଲେ ଆଖିରୁ ଲୁହ ଜକେଇ ଆସିବ ।

ଇନଷ୍ଟାଗ୍ରାମରେ ଅଜୟ ମିଶ୍ରା ନାମକ ଜଣେ ଯୁବକ ଏହି ଭିଡିଓ ପୋଷ୍ଟ୍ କରିଛନ୍ତି । ଅଜୟ ନିଜକୁ ଜିଏସଟି ବିଭାଗର ଅତିରିକ୍ତ କମିଶନର ବୋଲି ପରିଚୟ ଦେଇଛନ୍ତି । ଏହାସହ ଜଣେ ବୃଦ୍ଧଙ୍କ ସହ ଆଲୋଚନା କରୁଛନ୍ତି । ଯାହାଙ୍କ ନାଁ ହେଉଛି ସନ୍ତୋଷ ଗୋୟଲ ।

ଏନଡିଏରେ ପଢାଉଥିଲେ ସନ୍ତୋଷ

 
 
 
 
 
 
 
 
 
 
 
 
 
 
 

A post shared by Ajay Kumar (@ajaymisra.irs)

ସନ୍ତୋଷ କହିଛନ୍ତି ଯେ, ସେ ଇଂରାଜୀରେ ପିଏଚଡି କରିଛନ୍ତି । ୧୯୭୧ରେ ସେ ଏନଡିଏ ବା ନ୍ୟାଶନାଲ ଡିଫେନ୍ସ ଏକାଡେମୀର ଛାତ୍ରଛାତ୍ରୀଙ୍କୁ ପଢାଉଥିଲେ । ଦିନେ ଶିକ୍ଷକ ଏବଂ ପ୍ରଫେସର ଭାବେ ସେ ସମ୍ମାନଜନକ ଜୀବନ ବଞ୍ଚୁଥିଲେ । ହେଲେ ପରେ ଆଖିର ଜ୍ୟୋତି ଚାଲି ଯାଇଥିଲା । ଫଳରେ ତାଙ୍କୁ ଚାକିରି ଛାଡିବାକୁ ପଡିଥିଲା । ଯଦି ସେ ୧୫ ବର୍ଷ ଚାକିରି କରିଥାନ୍ତେ ତାହାଲେ ବର୍ତ୍ତମାନ ୭୦ରୁ ୭୫ ହଜାର ଟଙ୍କା ପେନସନ୍ ମିଳୁଥାନ୍ତା ।

Also Read :- TMCକୁ ବଡ ଝଟକା ଦେଲେ ସୁପ୍ରିମକୋର୍ଟ୍ : ଭୋଟ୍ ଗଣତି ବେଳେ କେନ୍ଦ୍ର କର୍ମଚାରୀଙ୍କ ନିଯୁକ୍ତିକୁ ବିରୋଧ କରି ଆବେଦନ କରିଥିଲା ଦଳ

ମନ୍ଦିରରେ ବିତୁଛି ଜୀବନ

ଆଜି ସନ୍ତୋଷଙ୍କ ଜୀବନ ମନ୍ଦିରରେ କଟୁଛି । ଏଠାରେ ତାଙ୍କୁ ଖାଦ୍ୟପେୟର ସୁବିଧା ପ୍ରଦାନ କରାଯାଉଛି । ତାଙ୍କ ଜୀବନରେ ଘଟିଥିବା ଏତେ ବଡ ପରିବର୍ତ୍ତନ ସମସ୍ତଙ୍କୁ ବାଧ୍ୟ କରୁଛି ଯେ ସମୟ କେତେବେଳେ କାହାକୁ କେଉଁଠିକୁ ନେଇପାରେ । ଭିଡିଓ ଭାଇରାଲ ହେଲା ପରେ ନେଟିଜେନ୍ସ ଅନେକ ପ୍ରତିକ୍ରିୟା ଦେଉଛନ୍ତି । କେହି କେହି ଏପରି କାହାଣୀ ଶୁଣି ଭାବବିହ୍ୱଳ ହୋଇଯାଇଛନ୍ତି । ଆଉ କିଛି ୟୁଜର ଭିଡିଓ ଅପଲୋଡ୍ କରିଥିବା ୟୁଜର ଅଜୟ ମିଶ୍ରାଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି ।