ଭୁବନେଶ୍ୱର ୧୧।୧୦ :  DRIକୁ ବଡ଼ ସଫଳତା । ଜାତୀୟ ରାଜପଥରୁ ୯ କୋଟି ଟଙ୍କାର ସୁନା ବିସ୍କୁଟ ଜବତ । ସିକନ୍ଦରବାଦରେ ଜାତୀୟ ରାଜପଥରେ ୯ କୋଟି ଟଙ୍କାର ସୁନା ବିସ୍କୁଟ ଜବତ କଲା DRI ।

ଖବର ଅନୁଯାୟୀ, କୋଲକାତାରୁ କାର ଯୋଗେ ହାଇଦ୍ରାବାଦ ଆସୁଥିଲା ଏହି ସୁନା । ସୂଚନା ପାଇ ସିକନ୍ଦରାବାଦ ହାଇୱେରେ ଚଢ଼ାଉ କରିଥିଲା DRI। ଏକ ଟ୍ରଲି ବ୍ୟାଗରେ ୨୦ ଟି ଷ୍ଟାମ୍ପ ମରାଯାଇଥିବା ଏବଂ ୧୭ଟି ଗୋଟି ବିନା ଷ୍ଟାମ୍ପ ସୁନା ବିସ୍କୁଟ ଚୋରାରେ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା । ଜବତ ସୁନାର ମୂଲ୍ୟ ୯ କୋଟି ଟଙ୍କା ହେବ ବୋଲି DRI ସୂଚନା ଦେଇଛି ।

Also Read:-Pregnancy Announcement : ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ! ବାପା ହେବେ ସୁପରଷ୍ଟାର ଅନୁଭବ ମହାନ୍ତି

ସେପଟେ ଏସବୁ ସୁନା ବିସ୍କୁଟ ବାଙ୍ଗଳାଦେଶରୁ ଆସିଥିବା ସନ୍ଦେହ କରୁଛି DRI । ତେବେ କିଏ ଓ କେମିତି ଏହି ସୁନା ଦେଶକୁ ଆଣିଲା । ଆଉ କିଏ କିଏ ଏଥିରେ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି DRI ।

Watch Video:-

​​​​​​​