ନୂଆଦିଲ୍ଲୀ, ୦୪/୧୦ :ଶେଖର ସୁମନଙ୍କ‘ଶେଖର୍ ଟୁନାଇଟ୍’ଶୋରେ ନଜର ଆସିଛନ୍ତି ଅଭିନେତା ସଞ୍ଜୟ ଦତ୍ତ । ଗାନ୍ଧୀ ଜୟନ୍ତୀ ଅବସରରେ ଶୋରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସଞ୍ଜୟ ପହଁଚିଥିଲେ । ଏପରିକି ମୁନ୍ନା ଭାଇ ଅନ୍ଦାଜରେ ମେସେଜ୍ ଦେଇଥିଲେ । ଏଥିରେ ସେ ଭାରତ ତଥା ବିଶ୍ୱର ରାଜନୀତିକୁ ନେଇ ଅନେକ କଥା କହିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଶୋରେ୫ମିନିଟ୍ ପାଇଁ ସଞ୍ଜୟ ଦତ୍ତ ନିଜକୁ ଦେଶର ପ୍ରଧାନମନ୍ତ୍ରୀ ଭାବିଥିଲେ । ଏହାସହ ବିଭିନ୍ନ ଦେଶର ନେତାଙ୍କୁ ଗାନ୍ଧୀଗିରି ଆପଣାଇବାକୁ କହିଥିଲେ । ଏପରିକି ସେ ଦେଶର ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିଥିଲେ । ଦେଶରେ ଏବେ ପୂର୍ବପରି ଶାନ୍ତି ନାହିଁ ବୋଲି ସେ ପ୍ରକାଶ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଲୋକେ ବହୁତ ଭଲ । ଏଠାରେ ଶାନ୍ତି ରହିବା ଦରକାର । ଏବେ ପୂର୍ବଭଳି ଶାନ୍ତି ଅନୁଭବ କରିହେଉନି । ଦେଶବାସୀ ସମସ୍ତଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଥାନ୍ତି । ପୁରୁଣା ଦିନ ଫେରି ଆସିବାକୁ ସେ ଶିବାଜୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Also Read :- Singeetham Srinivasa : ସିନେମା ଜଗତର ମହାନ ସ୍ରଷ୍ଟାଙ୍କ ପରଲୋକ,୯୫ ବର୍ଷରେ ଆଖି ବୁଜିଲେ ସିଙ୍ଗିଥମ୍ ଶ୍ରୀନିବାସ ରାଓ

ଏହାସହ ସେ ମୁନ୍ନା ଭାଇ ଅନ୍ଦାଜରେ କହିଛନ୍ତି ଯେ,୫ମିନିଟ୍ ପାଇଁ ପ୍ରଧାନମନ୍ତ୍ରୀ ହୋଇ ବହୁତ ଖୁସି ଲାଗଛି । ଶରୀରରେ ଅଲଗା ପ୍ରକାର ଅନୁଭବ ହେଉଛି । ଆପଣମାନେ ଚିନ୍ତା କରନ୍ତୁ ନାହିଁ । ସେ ଖୁସି ସେଲିବ୍ରେସନ କରିବାକୁ ବିଦେଶ ଯିବେ ନାହିଁ । ଏପରି ହେଲେ ଜନତା ଏବଂ ନେତାଙ୍କ ମଧ୍ୟରେ କନେକ୍ସନ ରହିବ ନାହିଁ । ସେ ଗାନ୍ଧୀଙ୍କୁ ମାନନ୍ତି । ଏହାସହ ସେ ଗାନ୍ଧୀଙ୍କ ତିନି ମାଙ୍କଡ କଥା ମଧ୍ୟ କହିଛନ୍ତି ।

ଏତତ୍ ବ୍ୟତୀତ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାବେ ବହୁତ କାମ କରିବେ । ଯେଉଁଠି ପିଏମଙ୍କ ଫଟୋ ଲାଗିଥିବ ତାକୁ ହଟାଇଦେବେ । ନିଜ ଫଟୋ ଲଗାଇବାକୁ ଇଚ୍ଛା ହେଲେ ଗାନ୍ଧୀଙ୍କ ଫଟୋ ଲଗାଇବା ଦରକାର । ତାଙ୍କ ଫଟୋ ନେଇ ଜନତା କଣ କରିବେ । ବରଂ ଗାନ୍ଧୀଙ୍କ ଫଟୋ ରହିଲେ ତାଙ୍କ ବିଚାରରେ ଅନୁପ୍ରାଣିତ ହେବେ ବୋଲି ସଞ୍ଜୁ ବାବା କହିଛନ୍ତି ।

ସୂଚନାଯୋଗ୍ୟ,୨୦୦୬ରେ ଲଗେ ରହୋ ମୁନ୍ନା ଭାଇ ରିଲିଜ୍ ହୋଇଥିଲା । ଏଥିରେ ସଞ୍ଜୟ ଗାନ୍ଧୀଗିରିର ମେସେଜ୍ ଦେଇଥିଲେ । ରାଜକୁମାର ହିରାନୀଙ୍କ ରୋଲକୁ ମଧ୍ୟ ଦର୍ଶକ ପସନ୍ଦ କରିଥିଲେ । ଏତତ୍ ବ୍ୟତୀତ ଚଳଚିତ୍ରରେ ଅରସାଦ୍ ଓ୍ୱାରସି ମଧ୍ୟ ନଜର ଆସିଥିଲେ ।