ନୂଆଦିଲ୍ଲୀ ୧୦।୧୨; ଭାରତ ଲୋକପ୍ରିୟ ଟେନିସ୍ ଖେଳାଳୀ ସାନିଆ ମିର୍ଜା । ୨୦୧୦ରେ ପାକିସ୍ତାନ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ । ଦୁହେଁ ୨୦୧୮ ଅପ୍ରେଲ ୨୩ ତାରିଖରେ ପୁଅ ଇଜହାନଙ୍କ ପିତାମାତା ହୋଇଥିଲେ । ହେଲେ ଶୋଏବ ଓ ସାନିଆଙ୍କ ବୈବାହିକ ଜୀବନ ଅଧିକ ଦିନ ତିଷ୍ଠି ପାରି ନଥିଲା । ୨୦୨୪ରେ ମିର୍ଜାଙ୍କ ପରିବାର ତରଫରୁ ଜଣାପଡିଯାଇଥିଲା ଯେ ସାନିଆ-ଶୋଏବଙ୍କର ଛାଡପତ୍ର ହୋଇସାରିଛି। ଛାଡପତ୍ର ପରେ ସାନିଆ ଏକାକୀ ପୁଅ ଇଜହାନଙ୍କର ଲାଳନପାଳନ କରୁଛନ୍ତି । ଏତିକି ନୁହେଁ ଇଜହାନ ମଧ୍ୟ କମ୍ ନୁହଁନ୍ତି ସେ ତାଙ୍କ ମାଆଙ୍କ ପଥେ ପଥେ ଚାଲୁଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Nasima Mirza (@nasimamirza)

ସାନିଆ ପୁଅ ଇଜହାନଙ୍କୁ ଟେନିସ୍ ଷ୍ଟାର କରୁବାକୁ ଚାହୁଁଛନ୍ତି। ଇଜହାନଙ୍କୁ ଏବେ ସେ ଖେଳ ଶିଖାଉଛନ୍ତି । ତାଙ୍କ ପୁଅ ମଧ୍ୟ ସେହି ଆଗ୍ରହ ଓ ଉତ୍ସାହ ସହିତ ଖେଳୁଛନ୍ତି। ଯେମିତି ତାଙ୍କ ମାଆ ଭାରତ ପାଇଁ ଖେଳୁଥିଲେ। ସାନିଆଙ୍କ ମାଆ ନସିମା ମିର୍ଜା ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସାନିଆ ଇଜହାନଙ୍କୁ ଟ୍ରେନିଂ ଦେଉଥିବାର ଦେଖିବାକୁ ମିଳିଛି । ନସିମା ଭିଡିଓ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ବାରମ୍ବାର ସେହି ସମୟରେ ହଜିଯିବାର ମୁହୁର୍ତ୍ତ…ଗୋଟିଏ ଖେଳରେ ଝିଅ ଓ ନାତିକୁ ଉତ୍ସାହିତ ଭାବରେ ଖେଳୁଥିବାର ଦେଖିବାକୁ ମିଳୁଛି…ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ।

କହିବାକୁ ଗଲେ ସାନିଆ ନିଜ କ୍ୟାରିଅରରେ ସିଙ୍ଗଲ୍ସରେ ଗ୍ରାଣ୍ଡ ସ୍ଲାମ ଜିତି ନାହାନ୍ତି  କିନ୍ତୁ ଡବଲ ଓ ମିକ୍ସ ଡବଲରେ ଦମଦାର ପ୍ରଦର୍ଶନ ଦେଇଥିଲେ । ସାନିଆ ମୋଟ ଛଅଟି ଗ୍ରାଣ୍ଡ ସ୍ଲାମ ଜିତି ଥିବା ବେଳେ ସେଥିରୁ ତିନୋଟି ୱିମେନ ଡବଲ ଓ ତିନୋଟି ମିକ୍ସଡ ଡବଲ ସାମିଲ ଅଛି । ୨୦୨୩ ଦୁବାଇ ଟେନିସ୍ ଚାମ୍ପିଅନଶିପରେ ସାନିଆ ପ୍ରୋଫେସନାଲ ଟେନିସ୍‌କୁ ବାଏ ବାଏ କହିଥିଲେ। ଡବଲ ରାଙ୍କିରେ ସାନିଆ ବିଶ୍ଵର ନମ୍ଵର-୧ ସ୍ଥାନରେ ଥିବା ଭାରତର ପ୍ରଥମ ଖେଳାଳୀ ହୋଇଥିଲେ ।