ନୂଆଦିଲ୍ଲୀ, ୦୯/୦୪ : ବଦଳିଯିବ ଭାଗ୍ୟ । ମିଳିବ ଶୁଭ ଖବର । କାରଣ ଆରମ୍ଭ ହୋଇଛି ଶନି ଚଳନ । ଗ୍ରହମାନଙ୍କ ବିଚାରପତିର ଭୂମିକା ନିଭାଉ ଥିବା ଶନି ଚଳନ ପାଇଁ ୧୨ଟି ରାଶିରେ ଘଟିବାକୁ ଯାଉଛି ଅନେକ ପରିବର୍ତ୍ତନ । 

କଥାରେ ଅଛି ଶନି ଚଳନ ପାଇଁ ଜୀବନରେ ଅନେକ ଚ୍ୟାଲେଞ୍ଜ୍ ଆସେ, ଧନ ଲାଭରେ କ୍ଷତି ପହଁଚେ । ଏପରିକି ଜୀବନ ସଙ୍ଘର୍ଷମୟ ହୋଇଯାଏ । କିନ୍ତୁ କିଛି ରାଶିରେ ଶନିର ଗୋଚର ପାଇଁ ଖୁସି ଆସିଥାଏ । ଧନ ସମ୍ପତ୍ତି ବର୍ଷା ହୁଏ । ସକରାତ୍ମକ ପ୍ରଭାବ ପଡିଥାଏ ।

​​​​​​​Also Read :-ମିଥୁନ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ, ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ

ହିନ୍ଦୁ ରାଶି ଗଣନା ଅନୁସାରେ ଏବେ ଶନି ମୀନ ରାଶିରେ ଅଛନ୍ତି ଏବଂ ଅସ୍ତ ଅବସ୍ଥାରେ ଗୋଚର ହେଉଛନ୍ତି । ସେ ଏବେ ଶୀଘ୍ର ଉଦୟ ହେବେ । ଏପ୍ରିଲ ୨୨ ସକାଳ ୪ ଟା ୪୯ ମିନିଟରେ ଶନି ଉଦୟ ହେବେ । ବର୍ଷ ଶେଷ ଯାଏଁ ଶନିଦେବ ଉଦୟ ଅବସ୍ଥାରେ ଗୋଚର କରିବେ । ତେବେ ଆସନ୍ତୁ ନଜର ପକାଇବା କେଉଁ ରାଶି ଉପରେ ଶନିଙ୍କ କିପରି ପ୍ରଭାବ ପଡିବ । 

ଶନି ଗୋଚର କରିବା ପରେ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହେବ ନାହିଁ । ଜୀବନରେ ଆର୍ଥିକ ସମସ୍ୟା ଦେଖାଦେବ । ଅନେକ ଚ୍ୟାଲେଞ୍ଜ୍ ଆସିବ । କାମରେ ବାଧା ଉପୁଜିବ ଏବଂ ସ୍ୱାସ୍ଥ୍ୟ ବିଗିଡିପାରେ ।

କୁମ୍ଭ ଏବଂ କନ୍ୟା ରାଶିରେ ପ୍ରଭାବ

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଶନିଙ୍କ ଗୋଚର ସେତେଟା ଭଲ ଫଳ ଦେବ ନାହିଁ । କ୍ୟାରିଅରରେ ସମସ୍ୟା ଆସିବ । ବାଦ ବିବାଦ ସୃଷ୍ଟି ହେବ । ଆର୍ଥିକ ସମସ୍ୟା ଦେଖାଦେବ । ଏପରିକି ଅଧିକ ଅଯଥା ଖର୍ଚ୍ଚ ହେବ । ସେହିପରି କନ୍ୟା ରାଶି ପାଇଁ ମଧ୍ୟ ଶନି ଶୁଭ ଫଳ ଦେବେ ନାହିଁ । ଆର୍ଥିକ ସ୍ଥିତି ବଦଳିପାରେ । ଧନହାନୀ ହୋଇପାରେ । ଏପରିକି ନିଜ ସାଥୀଙ୍କ ସହ ସମ୍ପର୍କ ଖରାପ ହେବ ।