ସଲମାନ ଖାନ… ବଲିଉଡର ଭାଇଜାନ୍। ପରଦାରେ ତାଙ୍କ ଅଭିନୟ ଯେତିକି ଚର୍ଚ୍ଚାରେ ରହେ, ତାଙ୍କ ଷ୍ଟାଇଲ୍ ଓ ଲୁକ୍ ମଧ୍ୟ ସେତିକି ପପୁଲାର। ସଲମାନ ଯେତେବେଳେ ନୂଆ ଅନ୍ଦାଜରେ ନଜର ଆସନ୍ତି, ତାଙ୍କ ଫଟୋ ଓ ଭିଡିଓ ମୁହୂର୍ତ୍ତକ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ। ନିକଟରେ ଅମ୍ବାନୀ ପରିବାରର ଗଣେଶ ପୂଜାରେ ଯୋଗ ଦେଇଥିଲେ ସଲମାନ ଖାନ। ଏହି ସମୟରେ ସେ ନଜର ଆସିଥିଲେ ଏକ ଦମ୍ ସିମ୍ପଲ୍ ଲୁକରେ।

ନୀଳ ରଙ୍ଗର ଷ୍ଟ୍ରାଇପ୍ ଥିବା ସାର୍ଟ ସାଙ୍ଗରେ ଡେନିମ ବ୍ଲୁ ଜିନ୍ସ। ମୁଣ୍ଡରେ ବନ୍ଧା ଥିଲା ରୁମାଲ…ଆଉ ପାଦରେ ଥିଲା ସ୍ୟାଣ୍ଡେଲ୍। ଦେଖିବାକୁ ଲୁକ୍ଟି ଯେତିକି ସିମ୍ପଲ, ଏହାର ମୂଲ୍ୟ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ! କାରଣ ସଲମାନଙ୍କ ଏହି ‘ସିମ୍ପଲ୍ ଲୁକ୍’ର ମୋଟ ଦାମ ରହିଛି ପ୍ରାୟ ୩୪ ଲକ୍ଷ ୭ ହଜାର ଟଙ୍କା! ସେଲିବ୍ରିଟି ଫ୍ୟାଶନ୍ ସୂଚନା ଦେଉଥିବା ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ ‘Filmdom.in’ ପକ୍ଷରୁ ଏହି ଲୁକର ଦାମ ସମ୍ପର୍କରେ ଅପଡେଟ୍ ସେୟାର କରାଯାଇଥିବା ଦାବି କରାଯାଉଛି।

କେଉଁ ଜିନିଷର ଦାମ କେତେ?

ସଲମାନ ପିନ୍ଧିଥିବା Ralph Lauren ଲିନେନ୍ ସାର୍ଟର ମୂଲ୍ୟ ପ୍ରାୟ ୧୨ ହଜାର ୫୦୦ ଟଙ୍କା। ସେହିପରି Diesel ବ୍ରାଣ୍ଡର ଜିନ୍ସର ଦାମ ପ୍ରାୟ ୨୪ ହଜାର ଟଙ୍କା ବୋଲି କୁହାଯାଉଛି। ପାଦରେ ଥିବା ସ୍ୟାଣ୍ଡେଲ୍ ଦେଖିବାକୁ ସାଧାରଣ ହୋଇଥିଲେ ମଧ୍ୟ ଏହା Valentino Garavani ବ୍ରାଣ୍ଡର। ଏହାର ମୂଲ୍ୟ ପ୍ରାୟ ୫୯ ହଜାର ଟଙ୍କା। ମୁଣ୍ଡରେ ବନ୍ଧା ଥିବା ରୁମାଲ ମୂଲ୍ୟ ପ୍ରାୟ ୧ ହଜାର ୫୦୦ ଟଙ୍କା। ବେକରେ ଥିବା ଚେନ୍ର ମୂଲ୍ୟ ପ୍ରାୟ ୪୫ ହଜାର ଟଙ୍କା, ଆଉ ହାତରେ ଥିବା ବ୍ରେସଲେଟ୍ର ଦାମ ପ୍ରାୟ ୬୫ ହଜାର ଟଙ୍କା ବୋଲି ଦାବି କରାଯାଉଛି। କିନ୍ତୁ ଏସବୁଠାରୁ ଅଧିକ ଦାମୀ ହେଉଛି ସଲମାନଙ୍କ ହାତରେ ଥିବା ଘଣ୍ଟା। Audemars Piguet ବ୍ରାଣ୍ଡର ଏହି ଘଣ୍ଟାର ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା। ଅର୍ଥାତ୍, ସାର୍ଟରୁ ଆରମ୍ଭ କରି ଜିନ୍ସ, ସ୍ୟାଣ୍ଡେଲ୍, ରୁମାଲ, ଚେନ୍, ବ୍ରେସଲେଟ୍ ଓ ଘଣ୍ଟା ସବୁକୁ ମିଶାଇ ସଲମାନଙ୍କ ଏହି ସିମ୍ପଲ୍ ଲୁକର ମୋଟ ମୂଲ୍ୟ ୩୪ ଲକ୍ଷ ୭ ହଜାର ଟଙ୍କା ବୋଲି ଦାବି କରାଯାଉଛି।

ତେବେ ଏଠି ମଜାର କଥା ହେଉଛି ଲୁକ୍ ଦେଖିଲେ ଲାଗୁଛି ସିମ୍ପଲ୍ କିନ୍ତୁ ଲୁକର ଦାମ ଶୁଣିଲେ ଶକ୍ ଲାଗିବ । ସଲମାନଙ୍କ ଏହି ସାଧାରଣ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ପ୍ରଶଂସକଙ୍କ ନଜର ତାଙ୍କ ଷ୍ଟାଇଲ୍ ଉପରେ ଥିବା ବେଳେ, ଫ୍ୟାଶନପ୍ରେମୀଙ୍କ ନଜର ଅଟକିଛି ତାଙ୍କ ୩୨ ଲକ୍ଷ ଟଙ୍କିଆ ଘଣ୍ଟା ଉପରେ।