ବାଙ୍କୀ: ପାର୍ବଣ ପାଇଁ ଆକ୍ସନ ମୁଡ୍ରେ ବାଙ୍କୀ ଅବକାରୀ ଥାନା। ଚୋରା ଦେଶୀ ମଦ କାରବାର ହେଉ କି ଧଳା ଜହର ବ୍ୟବସାୟ ଏହା ଉପରେ ରହିଛି କଡ଼ା ନଜର। ଏହି କ୍ରମରେ ରେଡ୍ ବେଳେ ଅବକାରୀ ଥାନା ପୋଲିସ ପଞ୍ଝାରେ ପଡ଼ିଛନ୍ତି ୨ ଜଣ ଦେଶୀ ମଦ ବେପାରୀ । ସେମାନଙ୍କ ନିକଟରୁ ୩୦ ଲିଟର ଦେଶୀ ସହିତ ଗୋଟିଏ ମଦ ସ୍କୁଟିକୁ ଜବତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗିରଫ ଦୁଇ ମଦ ବ୍ୟବସାୟୀ ବାଙ୍କୀ ଥାନା ଅନ୍ତର୍ଗତ ଦୁଲାଣପୁର ଗ୍ରାମର କୃଷ୍ଣଚନ୍ଦ୍ର ସାମଲ ଓ ରାଧାନାଥ ସାମଲ। ଉଭୟଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ବାଙ୍କୀ ଅବକାରୀ ପୋଲିସ। ଆଗାମୀ ଦିନରେ ଚଢ଼ାଉକୁ ଜୋରଦାର କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ କରାଯାଇଛି।

Also Read: କାରରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ମାଡ଼ି ବସିଲା ପୋଲିସ