ଭୋଗରାଇ: ଓଡ଼ିଶାର ଜଣେ ବୃଦ୍ଧାଙ୍କୁ ପଶ୍ଚିମବଙ୍ଗରେ ହତ୍ୟା ଅଭିଯୋଗ ଘଟଣାରେ ହତ୍ୟାକାରୀଙ୍କୁ ବାନ୍ଧିଲା ପଶ୍ଚିମବଙ୍ଗ ପୋଲିସ। କମର୍ଦ୍ଦା ପୋଲିସର ସହାୟତାରେ ପଶ୍ଚିମବଙ୍ଗ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ ପ୍ରାୟ ୧୦ ମାସ ତଳେ ଘଟିଥିଲା।

ସୂଚନା ଅନୁସାରେ, ଗତ ଡିସେମ୍ବରରେ ଭୋଗରାଇ ଡେମ୍ବୁରିଆ ଗ୍ରାମର ବୃଦ୍ଧ ଅଜୟ ଦାସଙ୍କୁ ପଶ୍ଚିମବଙ୍ଗ ମୋହନପୁର ଥାନା ନୀଲଦା ଅଞ୍ଚଳରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଗୁରୁବାର ହତ୍ୟାକାରୀ ନିଲୁ ଦାସଙ୍କୁ ସେହି ଅଞ୍ଚଳରୁ ଗିରଫ କରିଥିଲା । ଗିରଫ ପରେ କମର୍ଦ୍ଦା ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରି ନିଲୁକୁ ପଶ୍ଚିମବଙ୍ଗ ନେଇଛି ପୋଲିସ ।

Also Read: ବେଙ୍ଗାଲୁରୁରେ ହଇଚଇ: କ୍ଲିନିକ୍ ସାମ୍ନାରେ ନର୍ସଙ୍କୁ ଖଣ୍ଡାରେ ହାଣି ଏସିଡ୍ ପିଙ୍ଗିଲା ସ୍ୱାମୀ

ତେବେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ଉଭୟ ରାଜ୍ୟର ପୋଲିସ ପ୍ରାୟ ୧୦ ମାସ ତଦନ୍ତ ପରେ ଅଭିଯୁକ୍ତ ନିଜ ଅଞ୍ଚଳରେ ଥିବା ନେଇ ଖବର ପାଇବା ପରେ ଚଢ଼ାଉ କରି ହତ୍ୟାକାରୀଙ୍କୁ ବାନ୍ଧିବାରେ ସଫଳ ହୋଇଛି ପଶ୍ଚିମବଙ୍ଗ ପୋଲିସ ।