ନୟାଗଡ଼: ସାମାଜିକ ଗଣମାଧ୍ୟମରେ ବନ୍ଧୁକ ଅଶ୍ଲୀଳ ଗାଳିଗୁଲଜ ଓ ଧମକଚମକ ଅଭିଯୋଗରେ ଦୁଇ ଜଣକୁ ଗିରଫ କରିଛି ନୟାଗଡ଼ ଥାନା ପୋଲିସ। ଏହାସହ ପୋଲିସ୍ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବନ୍ଧୁକ ୧୦୦ ଅଫୁଟା ଗୁଳି ଜବତ କରିଛି । ଗିରଫ ଦୁଇ ଜଣ ହେଉଛନ୍ତି ନୟାଗଡ଼ ଟାଉନ୍ ଥାନା ପୋଲିସ ସ୍ଥାନୀୟ ହାଉସିଙ୍ଗ୍ ବୋର୍ଡ କଲୋନିର ଜୈତ୍ରଦେବ ଜେନା ଏବଂ ଅନ୍ୟ ଜଣେ ଯୁବକ । ତେବେ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ହାଉସିଙ୍ଗ୍ ବୋର୍ଡ କଲୋନିର ସଂପୃକ୍ତ ଯୁବକ ଜଣଙ୍କ ସାମାଜିକ ଗଣମାଧ୍ୟମରେ ଏକ ଆଇଡି ଖୋଲିଥିଲେ । ଏହି ଆଇଡିରେ ଯୁବକଜଣଙ୍କ ବିଭିନ୍ନ ସମୟରେ ଅଶ୍ଲୀଳ ଭାଷା କହିବା ସହ ବିଭିନ୍ନ ଲୋକଙ୍କୁ ଗାଳିଗୁଲଜ କରୁଥିଲେ। ଗତ ଦୁଇଦିନ ତଳେ ଯୁବକଜଣଙ୍କ ଦୁଇଟି ବନ୍ଧୁକ ଦେଖାଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହାକୁ ଦେଖିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ସହ ବନ୍ଧୁକ ଏବ ଗୁଳି ଜବତ କରି ଅଧିକ ତଦନ୍ତ କରୁଛି।

Also Read: ଘରୋଇ ବସ୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ, ରେଡ୍ କରି ଜବତ କଲା ପୋଲିସ