ଭୁବନେଶ୍ୱର : ସାଧାରଣତଃ ଘର ସଫା କରିବା ପାଇଁ ଅନେକ ଲୋକ ପୁରୁଣା ପୋଷାକକୁ ପୋଛା ଭାବେ ବ୍ୟବହାର କରନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ପୁରୁଣା କପଡ଼ାରେ ପୋଛା ଲଗାଇବା ନେଇ କିଛି ନିୟମ ରହିଛି। ଘରର ସକାରାତ୍ମକ ଊର୍ଜା ଓ ପରିବେଶ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ବାସ୍ତୁ ବିଶ୍ୱାସରେ କୁହାଯାଏ। ତେବେ ପୁରୁଣା କପଡ଼ାକୁ ପୋଛା କରିବା ଶୁଭ ନା ଅଶୁଭ ଏହା ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ନିୟମ

ପୁରୁଣା କପଡ଼ାରେ ପୋଛା ଲଗାଇବା ନେଇ ବାସ୍ତୁ ନିୟମ :-

ବାସ୍ତୁ ବିଶ୍ୱାସ ଅନୁସାରେ, ଘର ସଫା କରିବା ପାଇଁ ପୁରୁଣା କପଡ଼ା ବ୍ୟବହାର କରିବା ସବୁବେଳେ ଅଶୁଭ ନୁହେଁ। ତେବେ କପଡ଼ାଟି ସଫା ଓ ଠିକ୍ ଭାବରେ ରଖାଯିବା ଜରୁରୀ। ଅତ୍ୟଧିକ ମଇଳା, ଛିଣ୍ଡା କିମ୍ବା ଦୀର୍ଘଦିନ ଧରି ଅବ୍ୟବହୃତ କପଡ଼ା ବ୍ୟବହାର ନକରିବାକୁ ବାସ୍ତୁରେ ପରାମର୍ଶ ଦିଆଯାଏ। ପୋଛାକୁ ମଇଳା ରଖନ୍ତୁ ନାହିଁ । ଘର ପୋଛିବା ପରେ ପୋଛାକୁ ଭଲ ଭାବରେ ଧୋଇ ଶୁଖାଇ ରଖିବା ଉଚିତ। ଓଦା ଓ ମଇଳା ପୋଛାକୁ ଘରର କୋଣରେ ରଖିଲେ ଦୁର୍ଗନ୍ଧ ସହ ଅସ୍ୱଚ୍ଛତା ବଢ଼ିପାରେ। 

ପୁରୁଣା କପଡ଼ା ବାଛିବାରେ ସାବଧାନ : ବହୁତ ପୁରୁଣା, ଛିଣ୍ଡା କିମ୍ବା ଅତ୍ୟଧିକ ମଇଳା ପୋଷାକକୁ ପୋଛା ଭାବେ ବ୍ୟବହାର ନକରିବା ଭଲ। ବ୍ୟବହାରଯୋଗ୍ୟ ସଫା କପଡ଼ାକୁ ଏଥିପାଇଁ ନିଆଯାଇପାରେ।

ପୋଛା ରଖିବା ସ୍ଥାନ : ବ୍ୟବହାର ପରେ ପୋଛାକୁ ରୋଷେଇ ଘର, ପୂଜାସ୍ଥାନ କିମ୍ବା ଶୋଇବା ଘରରେ ରଖିବା ପରିବର୍ତ୍ତେ ସଫା ଓ ଶୁଖିଲା ସ୍ଥାନରେ ରଖିବାକୁ ବାସ୍ତୁ ବିଶ୍ୱାସରେ କୁହାଯାଏ।

ସଫା ଘରକୁ ଗୁରୁତ୍ୱ : ବାସ୍ତୁ ମତରେ ଘରକୁ ସଫା-ସୁଥା ରଖିବା ଅତ୍ୟନ୍ତ ଜରୁରୀ। ତେଣୁ ପୁରୁଣା କପଡ଼ା ବ୍ୟବହାର କରୁଥିଲେ ମଧ୍ୟ ଏହାକୁ ସ୍ୱଚ୍ଛ ରଖିବା ଦରକାର। ତେବେ ଏସବୁ କଥା ବାସ୍ତୁଶାସ୍ତ୍ରର ପାରମ୍ପରିକ ବିଶ୍ୱାସ ଉପରେ ଆଧାରିତ; ଏହାକୁ ବୈଜ୍ଞାନିକ ନିୟମ ଭାବେ ଧରାଯାଏ ନାହିଁ। ଯଦି ଆପଣ ବାସ୍ତୁ ଉପରେ ବିଶ୍ୱାସ କରି ମାନନ୍ତି ତେବେ ଘରେ ସବୁବେଳେ ସଫା କପଡାରେ ପୋଛା ମାରନ୍ତୁ