ନୂଆଦିଲ୍ଲୀ: ତାମିଲ ଫିଲ୍ମ ଉଦ୍ୟୋଗର ପ୍ରସିଦ୍ଧ ସିନେ ନିର୍ମାତାଙ୍କ କେ.ରାଜନ ରବିବାର ପରଲୋକ ହୋଇଛି । ମିଡିଆ ରିପୋର୍ଟ ଅନୁସାର ସେ ଅଦ୍ୟାର ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ଏହି ଖବର ପୂରା ସିନେମା ଜଗତକୁ ଚକିତ କରାଇଛି ।

କେ.ରାଜନ ତାମିଲ ସିନେମାରେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ଥିଲେ । ସେ ଜଣେ ପ୍ରଯୋଜକ, ଲେଖକ, ନିର୍ଦ୍ଦେଶକ ଏବଂ ଅଭିନେତା ଭାବରେ ପରିଚିତ ଥିଲେ । ସେ ୧୯୮୩ ମସିହାରେ ବ୍ରହ୍ମଚାରିଗଲ୍ ଚଳଚ୍ଚିତ୍ର ସହିତ ପ୍ରଯୋଜକ ଭାବରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଡବଲ୍ସ, ଆଭାଲ୍ ପାଭମ୍ ଏବଂ ନିନାଇକୋଥା ନାଲାଇ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ସେ ୧୯୯୧ରେ ତାଙ୍କର ନିର୍ଦ୍ଦେଶନା ଆରମ୍ଭ କରିଥିଲେ । ପ୍ରଥମ ଚଳଚ୍ଚିତ୍ର ଥିଲା ନାମ୍ମା ଓରୁ ମାରିଅମ୍ମା, ଯେଉଁଥିରେ ନିଜାଲାଘଲ ରବି ଏବଂ ସାରଥକୁମାର ଅଭିନୟ କରିଥିଲେ । ପରେ ସେ ଅନାର୍କିଗାଲ୍ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ସେ ଥାଙ୍ଗମାନା ଥାଙ୍ଗାଚି ଏବଂ ଉନାର୍କିଗାଲ୍ ସମେତ ଅନେକ ଚଳଚ୍ଚିତ୍ର ପାଇଁ କାହାଣୀ ଲେଖିଥିଲେ । ସେ ମାଇକେଲ ରାଜ, ସୋଣ୍ଟାକରନ୍, ଭେଟ୍ଟୋଡା, ମାପିଲାଇ, ପାମ୍ବୁ ସାଟ୍ଟାଇ, ଅଜିତ କୁମାରଙ୍କ ଫିଲ୍ମ ଥୁନିଭୁ ଏବଂ ସେଲଭାରାଘନଙ୍କ ବକାସୁରନ ସମେତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

କେ.ରାଜନ୍ ସିନେମା ଉଦ୍ୟୋଗରେ ନିଜର ସ୍ପଷ୍ଟ ମତ ପାଇଁ ବେଶ ପରିଚତ ଥିଲେ । ବିବାଦ ସହିତ ତାଙ୍କର ଗଭୀର ସମ୍ପର୍କ ଥିଲା । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଲୋକ ନିଜ କ୍ୟାରିଅରକୁ ସୁରକ୍ଷା ଦେବା ପାଇଁ ସ୍ପଷ୍ଟ ମତ ରଖନ୍ତି ନାହିଁ, କିନ୍ତୁ କେ.ରାଜନ୍ ଖୋଲାଖୋଲି ଭାବରେ ବଡ଼ ତାରକାଙ୍କ ନାଁ ନେଇ ଘେରୁଥିଲେ ।

ବଡ଼ ବଡ଼ ଷ୍ଟାରମାନେ ଅଧିକ ବଜେଟରେ ପରୀକ୍ଷାମୂଳକ ସିନେମା ତିଆରି କରୁଥିବା ସେ ଅଭିଯୋଗ ଆଣିଥିଲେ । ସେ ଯୁକ୍ତି ଦେଇଥିଲେ ଯେ ଏପରି ଚଳଚ୍ଚିତ୍ର ପ୍ରଯୋଜକଙ୍କୁ ଋଣ ବୋଝରେ ଲଦିଥାଏ । ସେ କାର୍ତ୍ତିଙ୍କ Aayirathil Oruvan ଏବଂ ଧନୁଷଙ୍କ Enai Noki Paayum Thota ଫିଲ୍ମ ଉଲ୍ଲେଖ କରି କହିଥିଲେ ଯେ ଏହି ବିଗ୍ ବଜେଟ୍ ଫିଲ୍ମଗୁଡ଼ିକ ପ୍ରଯୋଜକମାନଙ୍କୁ ଋଣରେ ବୁଡ଼ାଇ ଦେଇଥିଲା ।

କେ.ରାଜନ ମହିଳା ସୁପରଷ୍ଟାର ନୟନତାରାଙ୍କୁ ମଧ୍ୟ ଛାଡି ନଥିଲେ । ସେ ଅଭିନେତ୍ରୀଙ୍କ କୋଟି କୋଟି ଟଙ୍କା ଉପରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ । ରାଜନ କହିଥିଲେ ଯେ ପ୍ରମୁଖ ଷ୍ଟାରମାନେ ମୋଟା ଫି ନିଅନ୍ତି କିନ୍ତୁ ଫିଲ୍ମ ପ୍ରମୋସନ, ଅଡିଓ ଲଞ୍ଚ କିମ୍ବା ପ୍ରେସ୍ ମିଟରେ ଯୋଗଦେବାକୁ ଆସନ୍ତି ନାହିଁ । ତାଙ୍କ ମତରେ, ଯେତେବେଳେ ଜଣେ ପ୍ରଯୋଜକ ଏତେ ଟଙ୍କା ନିବେଶ କରନ୍ତି, ସେତେବେଳେ ଫିଲ୍ମର ପ୍ରମୋସନରେ ଅଂଶଗ୍ରହଣ କରିବା ତାରକାମାନଙ୍କର ଦାୟିତ୍ୱ । କେ.ରାଜନ କେବଳ ଷ୍ଟାର ଫିସ୍ ବିଷୟରେ ସ୍ପଷ୍ଟ ଭାବରେ କହୁନଥିଲେ ବରଂ ଫିଲ୍ମ ସେଟରେ ଅନାବଶ୍ୟକ ଖର୍ଚ୍ଚ ବିଷୟରେ ମଧ୍ୟ କହିଥିଲେ । ସେ ବଡ଼ ଷ୍ଟାରମାନଙ୍କ ସହିତ ଆସୁଥିବା ଟିମ ଏବଂ ଖର୍ଚ୍ଚ ଉପରେ ଲଗାତାର ପ୍ରଶ୍ନ ଉଠାଇଥିଲେ ।