ବଲିଉଡର ଭାଇଜାନ ସଲମାନ ଖାନ । ଆଜି ସେ ତାଙ୍କର ୬୦ତମ ଜନ୍ମ ଦିନ ପାଳନ କରିଛନ୍ତି। ସଲମାନ ସେହି ବଲିଉଡ ଷ୍ଟାରମାନଙ୍କ ମଧ୍ୟରୁ ଜଣେ । ଯାହାଙ୍କ ଜୀବନ ଏକ ଫିଲ୍ମି ସ୍କ୍ରିପ୍ଟ ପରି । ତାଙ୍କ ଲଭ୍ ଲାଇଫ୍ ତାଙ୍କ ଚଳଚ୍ଚିତ୍ର ଅପେକ୍ଷା ମଧ୍ୟ ଅଧିକ ଚର୍ଚ୍ଚିତ । ସଲମାନଙ୍କ ପ୍ରେମ ଜୀବନ ସର୍ବଦା ଆଲୋଚନାର ବିଷୟ ହୋଇ ରହିଛି। ହେଲେ ଭାଇଜାନ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି, ତାଙ୍କ ଜୀବନରେ ଅନେକ ମହିଳା ଆସିଛି ଓ ଚାଲିଯାଇଛନ୍ତି। ତେବେ ଆସନ୍ତୁ ଜାଣିବା ସଲମାନ ଖାନଙ୍କ ପ୍ରେମ ଜୀବନ ବିଷୟରେ।

ସଲମାନ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଛି। ସେମାନଙ୍କ ମଧ୍ୟରୁ କିଛି ସିରିଅସ ରିଲେଶନରେ ଥିଲେ, ତ ଆଉ କିଛି କୁ ନେଇ ଗୁଜବ ଉଠିଥିଲା। ସଲମାନଙ୍କ ପ୍ରେମିକା ତାଲିକାରେ ସଙ୍ଗୀତା ବିଜଲାନି, ସୋମି ଅଲି, ଐଶ୍ୱର୍ଯ୍ୟା ରାୟ, କ୍ୟାଟ୍ରିନା କୈଫ୍ ଏବଂ ଲୁଲିଆ ଭନ୍ତୁରଙ୍କ ପରି ଅଭିନେତ୍ରୀ ସାମିଲ ଅଛନ୍ତି। ଅନେକ ଆଫେୟାର ସତ୍ତ୍ୱେ, ସଲମାନ ଏବେ ବି ଅବିବାହିତ ।

ସଙ୍ଗୀତା ବିଜଲାନି

ସଲମାନ ଖାନଙ୍କ ପ୍ରଥମ ସମ୍ପର୍କ ସଙ୍ଗୀତା ବିଜଲାନିଙ୍କ ସହିତ ଥିଲା। ସଙ୍ଗୀତାକୁ ସଲମାନ ଖାନଙ୍କ ପ୍ରଥମ ପ୍ରେମିକା ଭାବରେ ବିବେଚନା କରାଯାଏ। ସେମାନେ ଅନେକ ବିଜ୍ଞାପନରେ ଏକାଠି କାମ କରିଥିଲେ ଏବଂ ଏକାଠି କାମ କରିବା ସମୟରେ ପ୍ରେମରେ ପଡ଼ିଥିଲେ। ସେମାନଙ୍କ ସମ୍ପର୍କ ବହୁତ ଗମ୍ଭୀର ଥିଲା। କୁହାଯାଏ ଯେ ସଲମାନ-ସଙ୍ଗୀତାଙ୍କ ବିବାହ କାର୍ଡ ମଧ୍ୟ ଛପା ଯାଇଥିଲା, କିନ୍ତୁ କୌଣସି କାରଣରୁ ସେମାନଙ୍କର ସମ୍ପର୍କ ଭାଙ୍ଗିଗଲା। ଏହି ସମ୍ପର୍କର ବିଶେଷ କଥା ହେଉଛି ଯେ ସଲମାନ ଏବଂ ସଙ୍ଗୀତା ବ୍ରେକଅପ୍ ପରେ ଆଜି ମଧ୍ୟ ଭଲ ବନ୍ଧୁ ହୋଇ ଅଛନ୍ତି। ଦୁହିଁଙ୍କୁ ଅନେକ ପାର୍ଟିରେ ଏକାଠି ଦେଖାଯାଏ। ସଙ୍ଗୀତା କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ସହିତ ବିବାହ କରିଥିଲେ।

ସୋମି ଅଲି

ସଙ୍ଗିତା ବିଜଲାନିଙ୍କ ସହ ତାଙ୍କର ସମ୍ପର୍କ ଭାଙ୍ଗିବା ପରେ, ସୋମି ଅଲି ତାଙ୍କ ଜୀବନରେ ଆସିଥିଲେ। କରାଚୀରେ ଜନ୍ମଗ୍ରହଣ କରିଥିବା ସୋମି ଅଲି ଦବଙ୍ଗ ଖାନଙ୍କ ପ୍ରତି ଏତେ ଆକର୍ଷିତ ହୋଇଥିଲେ ଯେ ସେ ୧୬ ବର୍ଷ ବୟସରେ ତାଙ୍କୁ ଭେଟିବା ପାଇଁ ମୁମ୍ବାଇ ଚାଲି ଆସିଥିଲେ। ମୁମ୍ବାଇରେ ପହଞ୍ଚିବା ପରେ, ସୋମି ଅଲି ପ୍ରଥମେ ମଡେଲିଂ ଏବଂ ପରେ ଫିଲ୍ମରେ କାମ କରିଥିଲେ। ଯାହାଫଳରେ ସେ ସଲମାନଙ୍କ ନିକଟତର ହୋଇଥିଲେ। ଧୀରେ ଧୀରେ, ସେମାନେ ପ୍ରେମରେ ପଡ଼ିଲେ ଏବଂ ପ୍ରାୟ ଆଠ ବର୍ଷ ପର୍ଯ୍ୟନ୍ତ ଡେଟ୍ କଲେ। କିନ୍ତୁ ଏହି ପ୍ରେମ କାହାଣୀର ଅନ୍ତ ସେତେବେଳେ ହୋଇଥିଲା ଯେତେବେଳେ ସୋମି ଅଲି ଅନୁଭବ କଲେ ଯେ ସଲମାନ ତାଙ୍କୁ ବିବାହ କରିବେ ନାହିଁ। ତା’ପରେ ସେ ଫ୍ଲୋରିଡା ପଳାଇଥିଲେ।

ଐଶ୍ୱର୍ଯ୍ୟା ରାୟ

ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ ବିଷୟରେ କାହାକୁ ବା ଅଛପା। ସେମାନଙ୍କର ପ୍ରେମ କାହାଣୀ "ହମ୍ ଦିଲ୍ ଦେ ଚୁକେ ସନମ୍" ସେଟ୍ରେ ଆରମ୍ଭ ହୋଇଥିଲା। ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ଅନ-ସ୍କ୍ରିନ୍ ଯୋଡ଼ିକୁ ଦର୍ଶକମାନେ ଅନସ୍କ୍ରିନ୍ ଓ ଅଫସ୍କ୍ରିନ୍ ବାହାରେ ଭଲ ଭାବରେ ଗ୍ରହଣ କରିଥିଲେ। ଏତିକି ନୁହେଁ ଦୁହିଁଙ୍କ ସମ୍ପର୍କ ବହୁତ ବିବାଦୀୟ ରହିଛି। ଐଶ୍ୱର୍ଯ୍ୟା ଏବଂ ସଲମାନ ୧୯୯୯ ରୁ ୨୦୦୨ ପର୍ଯ୍ୟନ୍ତ ଡେଟ୍ କରିଥିଲେ। ହେଲେ ସଲମାନ ସେମାନଙ୍କ ସମ୍ପର୍କକୁ ଭଲ ଭାବରେ ସମ୍ଭାଳି ପାରି ନଥିଲେ ଏବଂ ଐଶ୍ୱର୍ଯ୍ୟାକୁ ସବୁ କଥାରେ ବାରଣ କରିବାକୁ ଲାଗିଲେ। ପରବର୍ତ୍ତୀ ସମୟରେ ଐଶ୍ୱର୍ଯ୍ୟା ସଲମାନଙ୍କ ଖରାପ ବ୍ୟବହାର ଏବଂ ପ୍ରତାରଣା ଯୋଗୁଁ ତାଙ୍କଠାରୁ ଅଲଗା ହୋଇଗଲେ।

କ୍ୟାଟ୍ରିନା କୈଫ୍

ଐଶ୍ୱର୍ଯ୍ୟାଙ୍କ ଠାରୁ ଅଲଗା ହେବା ପରେ, ସଲମାନଙ୍କ କ୍ୟାରିଅର୍ କ୍ୟାଟ୍ରିନା ଏଣ୍ଟ୍ରି କରିଥିଲେ । ଏହି ସମ୍ପର୍କ ଅନେକ ବର୍ଷ ଧରି ଚାଲିଥିଲା। କ୍ୟାଟ୍ରିନା କୈଫ୍ ଏବଂ ସଲମାନ ଖାନ ୨୦୦୩ ରୁ ୨୦୧୦ ପର୍ଯ୍ୟନ୍ତ ଡେଟ୍ କରିଥିଲେ। ସଲମାନଙ୍କୁ ଭେଟିବା ପୂର୍ବରୁ, କ୍ୟାଟ୍ରିନାଙ୍କ କ୍ୟାରିଅର୍ ଆଗକୁ ବଢ଼ି ନଥିଲା, କିନ୍ତୁ ସଲମାନଙ୍କ ସହିତ "ମୈନେ ପ୍ୟାର୍ କ୍ୟୁଁ କିୟା" ଫିଲ୍ମରେ ଅଭିନୟ କରିବା ପରେ, ସେ ଏକ ନୂଆ ପରିଚୟ ପାଇଥିଲେ। ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ ଙ୍କ ସମ୍ପର୍କର କାହାଣୀ ମଧ୍ୟ ଗଣମାଧ୍ୟମରେ ବହୁତ ଚର୍ଚ୍ଚା ହୋଇଥିଲା। ରିପୋର୍ଟ ଅନୁସାରେ, ବିବାହ ତାରିଖ ଅନେକ ଥର ସାମ୍ନାକୁ ଆସିଥିଲା, କିନ୍ତୁ ସଲମାନ ବିବାହ କରିବାକୁ ପ୍ରସ୍ତୁତ ନଥିଲେ। ଶେଷରେ, କ୍ୟାଟ୍ରିନା କୈଫ୍ ସଲମାନଙ୍କଠାରୁ ନିଜକୁ ଦୂରେଇ ରଖିଲେ।

ଲୁଲିଆ ଭାନ୍ତୁର

କ୍ୟାଟ୍ରିନା କୈଫ୍ ପରେ, ୨୦୧୬ରେ ଲୁଲିଆ ଭାନ୍ତୁରଙ୍କ ସହ ସଲମାନଙ୍କୁ ଯୋଡା ଯାଇଥିଲା । ରୋମାନିଆନ୍ ଅଭିନେତ୍ରୀ ଲୁଲିଆଙ୍କ ସହ ତାଙ୍କର ସମ୍ପର୍କ ଚର୍ଚ୍ଚାରେ ଥିଲା। ଲୁଲିଆଙ୍କୁ ସଲମାନ ଖାନଙ୍କ ପରିବାର ସହିତ ମଧ୍ୟ ଅନେକ ଥର ଦେଖାଯାଇଥିଲା। ତଥାପି, ସଲମାନ ଖାନଙ୍କ କୌଣସି ସମ୍ପର୍କ ବିବାହରେ ପରିଣତ ହୋଇନାହିଁ।