ନୂଆଦିଲ୍ଲୀ, ୨୦/୦୯ : ଏସିଆନ ଗେମ୍ସର ପ୍ରଥମ ଦିନରେ ଭାରତକୁ ମିଳିଛି ବଡ ସଫଳତା । ପ୍ରଥମ ଦିନରେ ପଦକ ହାତେଇଛନ୍ତି ଭାରତୀୟ ଶୁଟର୍ । ୧୦ ମିଟର ଏୟାର ରାଇଫଲ୍ ଟିମ୍ ଇଭେଣ୍ଟରେ ଇଲାଭେନିଲ୍ ଭାଲାରିଭନ୍, ସୋନମ୍ ମସ୍କର ଏବଂ ବିଦର୍ସା ବିନୋଦ ସଫଳତା ହାତେଇଛନ୍ତି ।

Also Read :- Super El Nino : ଆଗାମୀ ମାସରେ ଭାରତରେ ଆସିବ 'ମହାପ୍ରଳୟ', ଚେତାବନୀ ଦେଲେ ୧୮୦ ବୈଜ୍ଞାନିକ

ପ୍ରତିଯୋଗୀତାରେ ସେମାନେ ଚୀନ୍ ପରେ ଦ୍ୱିତୀୟରେ ରହି ରୌପ୍ୟ ହାତଲ କରିଛନ୍ତି ।ସେହିପରି ମିକ୍ସଡ୍ ମାର୍ସିଆଲ୍ ଆର୍ଟସରେ ସୂଚିକା ତରିୟାଲ୍ କ୍ୱାଟର୍ ଫାଇନାଲ୍ ମ୍ୟାଚ୍ ଜିତି ସେମିରେ ସ୍ଥାନ ପକ୍କା କରିଛନ୍ତି । ଏହାସହ ଖେଳରେ ଭାରତ ପାଇଁ ଆଉ ଏକ ପଦକ ପକ୍କା କରିଛନ୍ତି ।

ଅନ୍ୟ ଦିଗରେ ଭାରତୀୟ ମହିଳା ହକି ଟିମ୍ ଜବରଦସ୍ତ ଶୁଭାରମ୍ଭ କରିଛି । ଦଳ ପ୍ରଥମ ପୁଲ୍ ମ୍ୟାଚରେ ଉଜବେକିସ୍ତାନକୁ ୧୯-୦ରେ ମାତ୍ ଦେଇଛି । ଅନ୍ୟ ଇଭେଣ୍ଟରେ ମିଳିଥିବା ବିଫଲତା ପରେ ଏହି ତିନି ଇଭେଣ୍ଚର ସଫଳତା ଖେଳାଳିଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି ।