ଭୁବନେଶ୍ବର ୧୯।୯: ମଧ୍ୟପ୍ରଦେଶରେ କେନାଲରେ କାର୍ ଭାସିଯାଇ ମୃତ୍ୟୁ ହୋଇଥିବା ୭ ଓଡ଼ିଆ ଭୁବନେଶ୍ବର ଜୟଦେବବିହାର ଅଞ୍ଚଳର । ଏମାନେ ଏହି ଅଞ୍ଚଳରେ ଥିବା ବନା ଢ଼ାବା ମାଲିକ ବନମାଳୀ ବେହେରାଙ୍କ ପରିବାର ଲୋକ ବୋଲି ଜଣାପଡିଛି । ଫେରିବା ବାଟରେ ଯେମିତି ଜଗି ବସିଥିଲା ଯମ । ଆଉ ଏକସଙ୍ଗେ ନେଇଗଲା ଗୋଟିଏ ପରିବାରର ୭ ଜଣଙ୍କ ଜୀବନ । ୭ ଜଣଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି ପରିବାର । କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ପରିବେଶ । ମୃତକଙ୍କ ମଧ୍ୟରେ ଅଛନ୍ତି ବନମାଳୀ ବେହେରାଙ୍କ ପୁଅ ଶିବ ପ୍ରସାଦ ବେହେରା, ଝିଅ ରାଧାରାଣୀ ବେହେରା, ଝିଅ ରୀତାରାଣୀ ବେହେରା, ଜ୍ବାଇଁ ଜ୍ଞାନେନ୍ଦ୍ର ବେହେରା, ନାତି କୃଷ୍ଣରାବୀର ଏବଂ ଆଉ ଜଣେ ନାତି ଓ ନାତୁଣୀ ଅଛନ୍ତି । 

ଏମାନେ ସମସ୍ତେ ମଧ୍ୟପ୍ରଦେଶର ପ୍ରସିଦ୍ଧ ବଗଲାମୁଖୀ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ନଲଖେଡା ଥାନା ଅନ୍ତର୍ଗତ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ରାସ୍ତା କଡ଼ରେ ଥିବା ଏକ ନାଳ ପାଣିରେ ଭର୍ତ୍ତି ହୋଇ ଯାଇଥିଲା । ଭୋର ସମୟରେ ନିୟନ୍ତ୍ରଣ ହରାଇ କାର୍ଟି ନାଳ ଭିତରକୁ ଖସିପଡ଼ିଥିଲା । 

Also Read:- ସମ୍ପତ୍ତି ବିବାଦର କରୁଣ ପରିଣତି, ସାବତ ଭାଇକୁ କଟୁରୀରେ ହାଣିଲେ ଦୁଇ ଭାଇ

ଘଟଣା ସମ୍ପର୍କରେ ଖବର ପାଇ ନଲଖେଡା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବହୁ ପରିଶ୍ରମ ପରେ ପୋଲିସ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Watch Video: