ସାଲେପୁର, ୧୯/୧୦:ଗ୍ୟାସ୍ ଟାଙ୍କି ବିସ୍ଫୋରଣ ।୫କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା । କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଜପକୁଦ ଫାଣ୍ଡି ସମ୍ମୁଖ ବଜାରରେ ଜଳଖିଆ ଦୋକାନରେ ଗ୍ୟାସ୍ ଟାଙ୍କି ଫାଟିବା ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି।

Also Read :- ଝାରସୁଗୁଡ଼ାରେ ଆଉ ଏକ ଏନକାଉଣ୍ଟର, ଘଟଣା ସମ୍ପର୍କରେ ଆସୁଛି ନୂଆ ତଥ୍ୟ...

ଗତ ୧୧ ତାରିଖରେ ଦିନବନ୍ଧୁ ବେହେରାଙ୍କ ଜଳଖିଆ ଦୋକାନରେ ଗ୍ୟାସ୍ ଟାଙ୍କି ଫାଟି ୬ ଜଣ ଗୁରୁତର ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୧୨ ତାରିଖରେ ଆଶ୍ରିଫ ନାମକ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୧୬ ତାରିଖ ରେ ପୁଣି ଦୁଇ ଜଣ ଗୁରୁତରଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଜଳଖିଆ ଦୋକାନର ମାଲିକ ଦିନବନ୍ଧୁ ବେହେରା ଏବଂ ଅନ୍ୟ ଜଣେ ଦୋକାନୀ ନିରଞ୍ଜନ ଦାସ। ଆଜି ପ୍ରେମାନନ୍ଦ ବେହୁରା ଅନ୍ୟ ଜଣେ ମୁସ୦ଲିମ୍ ମହିଳାଙ୍କ ମୃତ୍ୟୁ ହୋଇଛି।

ଏହି ଦୁଃଖଦ ଘଟଣାରେ ୬ ଜଣ ଗୁରୁତରଙ୍କ ମଧ୍ୟରୁ ଏବେ ସୁଦ୍ଧା ୫ ଜଣଙ୍କ ଜୀବନ ଯାଇଛି। ଅନ୍ୟ ଜଣେ ଗୁରୁତର ଏବେ ବି କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।