ନୂଆଦିଲ୍ଲୀ ୩୦।୦୬; ୟୁକ୍ରେନ ଉପରେ ଋଷର ବଡ଼ ହମଲା । ସୋମବାର ଦିନ ରୁଷିଆ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସମଗ୍ର ୟୁକ୍ରେନରେ ବିଧ୍ୱଂସ ସୃଷ୍ଟି କରିଥିଲା। ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇବା ବେଳେ ଏବଂ ୪୦ ଜଣ ଆହତ ହୋଇଥିଲେ। ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି ଏହି ଆକ୍ରମଣ ଉପରେ ଭଡକିଢ଼ନ୍ତି । ଏହାକୁ ଭୟଙ୍କର ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଆକ୍ରମଣ ପରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଜାତିସଂଘ ଅନୁଯାୟୀ, ଚାରି ବର୍ଷ ପୂର୍ବେ ରୁଷିଆ ଏହାର ପଡ଼ୋଶୀ ଉପରେ ପୂର୍ଣ୍ଣ ଆକ୍ରମଣ ଆରମ୍ଭ କରିବା ପରଠାରୁ ୧୬,୦୦୦ ରୁ ଅଧିକ ୟୁକ୍ରେନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି।

ୟୁକ୍ରେନର ଡନିପ୍ରୋ ସହରରେ ଏକ ରୁଷିଆ କ୍ଷେପଣାସ୍ତ୍ର ଭିତ୍ତିଭୂମିକୁ ଟାର୍ଗେଟ କରି ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୯ ଜଣ ଆହତ ହୋଇଥିଲେ। ଦକ୍ଷିଣରେ, ରୁଷିଆ ଡ୍ରୋନ ଏକ ଯାତ୍ରୀବାହୀ ମିନିବସ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଜଣେ ଶିଶୁ ସମେତ ଛଅ ଜଣ ଆହତ ହୋଇଥିଲେ। ଏହି ସମୟରେ, ଜେଲେନ୍ସକି ପୁଣି ଥରେ ୟୁରୋପକୁ ରୁଷିଆ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ମୁକାବିଲା ପାଇଁ ବାୟୁ ପ୍ରତିରକ୍ଷା ପ୍ରଣାଳୀର ବିକାଶକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି। ୟୁକ୍ରେନର ଲୋକମାନଙ୍କୁ ଏପରି ବିନାଶକାରୀ ଆକ୍ରମଣ ବିରୁଦ୍ଧରେ ଅଧିକ ସୁରକ୍ଷା ଆବଶ୍ୟକ।

ପ୍ରତିରକ୍ଷା ବିଶେଷଜ୍ଞମାନେ ସାମ୍ପ୍ରତିକ ମାସଗୁଡ଼ିକରେ ଯୁଦ୍ଧର ଗତିଶୀଳତାରେ ପରିବର୍ତ୍ତନକୁ ଲକ୍ଷ୍ୟ କରିଛନ୍ତି। ୟୁକ୍ରେନର ବର୍ଦ୍ଧିତ ଡ୍ରୋନ ଆକ୍ରମଣ ରୁଷ ଏବଂ ରୁଷ ଅଧିକୃତ ଅଞ୍ଚଳରେ ଇନ୍ଧନ ଅଭାବ ସୃଷ୍ଟି କରିଛି। ବିଶ୍ଳେଷକମାନେ କହିଛନ୍ତି ଯେ ଏହି ଆକ୍ରମଣ ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନରେ ରୁଷର ସାମରିକ ଯୋଗାଣ ଲାଇନ୍ କୁ ଦୁର୍ବଳ କରିଦେଇଛି। ଏହାର ଅଗ୍ରଗତିକୁ ମନ୍ଥର କରିଦେଇଛି।