ନୂଆଦିଲ୍ଲୀ,/୦୯ :ଭାରତ ଉପରେ ଘନେଇଛି ୧୦୦% ଗରିଫ୍ କଳାବାଦଲ । ରୁଷ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ଏଭଳି ମୋଟା ଟାରିଫ କରିବାକୁ ଜିଦରେ ଅଟଳ ରହିଛି। ରୁଷ କଟକଣା ବିଲ୍ ଜରିଆରେ ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ,ଚୀନ ସହ ଆଉ କିଛି ଦେଶ ଉପରେ ଟିକସ ଲଦିବାକୁ ମସୁଧା ରଖିଛନ୍ତି। ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ବିଲ୍ ପାସ୍ ହୋଇଛି । ପାସ୍ ହେବା ଦ୍ୱାରା ଭାରତ ବଡ଼ ମାତ୍ରାରେ କ୍ଷତି ସହିବ ।

ଏହି ଦିଲ୍ ଉପରେ ଆମେରିକାର ସ୍ଥାନୀୟ ସମୟ ବୁଧବାର ଅପରାହ୍ନରେ ଚୂଡାନ୍ତ ଭୋଟ୍ ହେବାକୁ ଯାଉଛି । ବିଲ୍ ମଞ୍ଜୁରୀ ଲାଭ କଲା ପରେ ଏହା ଟ୍ରମ୍ପଙ୍କ ଅନୁମୋଦନ ପାଇଁ ଯିବ। ଦି ଲିଣ୍ଡସେ ଓ ଗ୍ରାହାମ ସାଙ୍କସନିଂ ରୁଷ ଆଣ୍ଡ୍ ଇରାନ ଆକ୍ଟ-୨୦୨୬ ନାମକ ଏହି ଦିଲ୍ ଆମେରିକା ହାଇସ୍ ରେ ୨୧୪-୨୧୧ ଭୋଟରେ ଅଗରେ ରହିଛି। ୨ ଜଣ ଡେମୋକ୍ରାଟିକ ସାଂସଦ ରିପବ୍ଲିକାନଙ୍କ ସହ ମିଶି ଏହି ବିଲ୍ ସପକ୍ଷରେ ଭୋଟ ଦେଇଥିଲେ। ଫଳରେ ଏ କ୍ଷେତ୍ରରେ ରହିଥିବା ପ୍ରମୁଖ ଡ଼ାଞ୍ଚାଗତ ବିପଦ ଟଳିଥିବା କୁହାଯାଉଛି। ଅନ୍ୟପଟେ ସିନେଟ୍ ଏହି ବିଲ୍କୁ ଅଗଷ୍ଟ ୭ରେ ମଞ୍ଜୁରି ଦେଇଥିଲା। ବିଲ୍ ସପକ୍ଷରେ ୮୬ ଏବଂ ଦିପକ୍ଷରେ ୧୧ ଭୋଟ ମିଳିଥିଲା।

Also Read :- ଆରମ୍ଭ ହେବ କି ଅପରେସନ ସିନ୍ଦୂର 2.0 ! ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଇ ବିନାଶକୁ ଡାକିଲା ପାକ୍ ନୌସେନା

ରୁଷରୁ ତେଲ କିଣି ୟୁକ୍ରେନ ଯୁଦ୍ଧକୁ ପରୋଷ ଭାବେ ଉତ୍ସାହିତ କରୁଥିବା ନେଇ ଆମେରିକା ଅଭିଯୋଗ ଆଣି ଏଭଳି ବିଲ୍ ଆଣିଥିଲା। ବିଲ୍ ଜରିଆରେ ରୁଷର ନେତୃତ୍ବ,ତୈଳ ଓ ଗ୍ୟାସ କ୍ଷେତ୍ର ପ୍ରତିଷ୍ଠାନ ଏବଂ ରୁଷ ତେଲ ରପ୍ତାନିରେ ବ୍ୟବହାର ହେଉଥିବା ଘୋଷ୍ଟ ସିପ୍ ବା ଭିତିରିଆ ତେଲ ଯୋଗାଣରେ ନିୟୋଜିତ ଜାହାଜ ଗୁଡ଼ିକୁ ଆମେରିକା ଗର୍ଗେଟ୍ କରିବା ଲକ୍ଷ୍ୟ ରଖିଛି। ଏହାଦ୍ୱାରା ରୁଷ ତେଲ କିଣୁଥିବା ପ୍ରମୁଖ ଦେଶ ଗୁଡ଼ିକ ଉପରେ ୯୦୦% ଯାଏ ଟାରିଫ୍ ଲଗାଇବା ନେଇ ଟ୍ରମ୍ପଙ୍କୁ ଅନୁମତି ମିଳିବ।

ବିଲ୍ କାର୍ଯ୍ୟକାରୀ ହେଲା ପରେ ସବୁଠାରୁ ବେଶି ଝଟ୍କା ଭାରତ ଏବଂ ଚୀନଙ୍କୁ ମିଳିବ । ଏହି ୨ ଦେଶ ରୁଷ ତେଲର ସର୍ବବୃହତ କ୍ରେତା । ଅନ୍ୟପଟେ ଆମେରିକା ଭାରତର ସର୍ବବୃହତ ବଣିଜ୍ୟିକ ସହଯୋଗୀ ହୋଇଥିବାରୁ ଟାରିଫ୍ ଘରୋଇ ବଜାର ଲାଗି ଅସହ୍ୟ ହେବ। ସେଠାକୁ ଭାରତୀୟ ସାମଗ୍ରୀ ଗୁଡିକ ରପ୍ତାନିରେ ୧୦୦% ଟାରିଫ୍ ବିଜନେସ ଗୁଡିକର ପ୍ରତିବର୍ଷ ବିପଦ ଆଣିବ। ଆମେରିକାକୁ ଘରୋଇ ବଜାରରୁ ରପ୍ତାନି ହେଉଥିବା ଔଷଧ,ବସ,ଇଞ୍ଜିନିୟରିଂ ସାମଗ୍ରୀ,କେମିକାଲସ,ରତ୍ନପଥର,ଅଳଙ୍କାର ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ର ବଡ଼ ମାତ୍ରାରେ ପ୍ରଭବିତ ହେବା ଆଶଙ୍କା ରହିଛି।

ପୂର୍ବରୁ ସିନେଟରେ ପାସ ହେଉଥିବା ଏହି ବିଲ୍ରେ କୌଣସି ଦେଶର ନାମ ନ ଥିଲା । ତେବେ ରୁଷଠାରୁ ତେଲ କିଣୁଥିବା ଶୀର୍ଷ ୫ ଦେଶ ବୋଲି ଉଲ୍ଲେଖ ରହିଥିଲା । ମାତ୍ର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ଡେମୋକ୍ରାଟିକ ସାଂସଦ ସଂଶୋଧନ ପ୍ରସ୍ତାବ ପରେ ଭାରତ,ଚୀନ,ତୁର୍କୀ,ହଙ୍ଗରୀ,ୟୁଏଲ,ସିଙ୍ଗାପୁର ଭଳି ଦେଶକୁ ଏଥିରେ ସ୍ପଷ୍ଟ ଭାବେ ଚିହ୍ନଟ କରାଯାଇଛି। ତେବେ ଏହି ପ୍ରସ୍ତାବକୁ ନେଇ ଆମେରିକା ସଂସଦ ମଧ୍ୟରେ ବଡ଼ ବିତର୍କ ସୃଷ୍ଟି ହୋଇଛି। ଡେମୋକ୍ରଟିକ ସାଂସଦ ଗ୍ରେଗୋରିଙ୍କ ସମେତ ଅନ୍ୟ କିଛି ନେତା ବିଲ୍ ରେ ଧାରା ୧୩ ହଟାଇବାକୁ ଦାବି କରୁଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ,ଏହି ବିଲ୍ ରାଷ୍ଟ୍ରପତିଙ୍କୁ ଅସୀମ ଶୁକ୍ଳ ଲଗାଇବା କ୍ଷମତା ଦେବ । ଏହା ହେଲେ ଆମେରିକାରେ ଦରଦାମ ବଢ଼ିଯିବ। ଭାରତ ଭଳି ଗୁରୁତ୍ବପୂର୍ଣ ବାଣିଜ୍ୟିକ ଏବଂ କୂଟନୈତିକ ଅଂଶୀଦାରଙ୍କ ସହ ସମ୍ପର୍କ ବିଗିଡ଼ିବ ।