ଭୁବନେଶ୍ୱର: ଓ.ଡି.ଏମ୍. ଗ୍ଲୋବାଲ୍ ସ୍କୁଲରେ ସଫଳତାର ସହ ଆୟୋଜିତ ହୋଇଯାଇଛି ପ୍ରତିଷ୍ଠିତ ଆବାକସ ପ୍ରତିଯୋଗିତା ‘ରୟାଲ୍ ଆବାକସ୍ ଇଣ୍ଟରନ୍ୟାସନାଲ୍ କ୍ରାଉନ୍’ । ଏହି ଆୟୋଜନରେ ମୋଟ ୩୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଜାପାନ, ଆମେରିକା, ଇଂଲଣ୍ଡ, ଜର୍ମାନୀ ଓ କୁଏତ୍ ଭଳି ଦେଶର ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନ୍ତର୍ଜାତୀୟ ମାନଚିତ୍ରରେ ଉନ୍ନତ କରିଥିଲେ।

ଏହି ବିଶାଳ କାର୍ଯ୍ୟକ୍ରମଟି ବ୍ଲେସଡ୍ ଆବାକସ୍ ବାକସ୍ ଏକାଡେମୀର ନିର୍ଦ୍ଦେଶିକା ଶ୍ରୀମତୀ ମେହେକ କଲୱାନୀ ଓ ସହ-ସଂସ୍ଥାପକ ସ୍ଥାପକ ଶ୍ରୀ ଅଶ୍ଵିନୀ କଲୱାନୀ, ଆମିଥିଷ୍ଟ ଆବାକସ୍ ଆଣ୍ଡ୍ ବେଦିକ୍ ଏକାଡେମୀର ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଶ୍ରୀମତୀ ସନ୍ଧ୍ୟା ରାଣୀ ସାହୁ ଏବଂ ବ୍ରେନ୍‌ମାଷ୍ଟର ଏଜୁକେସନାଲ୍ ଆଣ୍ଡ କଲ୍‌ଚର ଟ୍ରଷ୍ଟର ନିର୍ଦ୍ଦେଶିକା ଓ ପ୍ରତିଷ୍ଠାତା ଶ୍ରୀମତୀ ଲୀଳାବତୀ ମିଶ୍ରଙ୍କ ମିଳିତ ପ୍ରୟାସରେ ଆୟୋଜିତ କରାଯାଇଥିଲା।

ଏହାର ଉଦ୍‌ଘାଟନୀ ଉତ୍ସବରେ ଖଲ୍ଲିକୋଟ୍ ୟୁନିଟାରି ୟୁନିଭର୍ସିଟିର ପୂର୍ବତନ ଉପକୂଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଶ୍ନପତ୍ର ପୁସ୍ତିକା ଉଦ୍‌ଘାଟନ କରିଥିଲେ ଓ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ପ୍ରେରଣାଦାୟକ ଉଦ୍‌ବୋଧନ ଦେଇଥିଲେ।

ସନ୍ଧ୍ୟାବେଳେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ସି.ଏସ.ଆଇ.ଆର୍ - ଆଇ.ଏମ୍.ଏମ୍.ଟି., ଭୁବନେଶ୍ଵରର ସାଇନଟିଷ୍ଟ-ଜି ଏବଂ ଇଲୋକ୍ଟ୍ରୋନିକ୍‌, ଇଷ୍ଟ୍ରମେଣ୍ଟେସନ୍ ଆଣ୍ଡ୍ କଣ୍ଟ୍ରୋଲ୍ ବିଭାଗର ମୁଖ୍ୟ ଡଃ ଦେବୀ ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ କୁମାର ଷଡ଼ଙ୍ଗୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରତିଯୋଗିତାର ବିଜେତାମାନଙ୍କୁ ଉଦ୍‌ଯାପନୀ ଅନୁଷ୍ଠାନରେ ‘ୱାର୍ଲ୍ସ କପ୍ ଟ୍ରଫି’ ସହିତ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।

​​​​​​​