ଭୁବନେଶ୍ବର ୧୧।୧୧: ଟ୍ରକ୍ ଧକ୍କାରେ ଓଲଟିଲା ପୋଲିସ ଗାଡ଼ି । ଦୁର୍ଘଟଣାରେ ଗୁରୁତର ରାଉରକେଲା ଏସ୍ଆର୍ପି ଏସ୍ପି ଓ ତାଙ୍କ ଡ୍ରାଇଭର । ଏସ୍ଆର୍ପି ଏସ୍ପି କୃଷ୍ଣ ପ୍ରସାଦ ଦାସ ଏବଂ ତାଙ୍କ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ । ଭଦ୍ରକରେ କାଳୀ ପୂଜା ଡ୍ୟୁଟି ସାରି ଫେରୁଥିବା ବେଳେ ପାଲଲହଡ଼ାର ଖମାର ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଅନୁଗୋଳ ଜିଲ୍ଲା ପାଲଲହଡ଼ାର ଖମାର ନିକଟରେ ଏକ ଟ୍ରକ୍ ପୋଲିସ ଗାଡ଼ିକୁ ଜୋରଦାର ଧକ୍କା ଦେଇଥିଲା । ଫଳରେ ଗାଡ଼ିଟି ରାସ୍ତାରେ ଓଲଟି ପଡ଼ିଥିଲା । ଟ୍ରକ୍ ଧକ୍କାରେ ରାଉରକେଲା ଏସଆରପି ଏସ୍‌ପି କୃଷ୍ଣପ୍ରସାଦ ଦାସ ଗୁରୁତର ହୋଇଛନ୍ତି । ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Also Read:- ତାଳଚୁଆ ପୂର୍ବତନ IIC ସନ୍ଧ୍ୟାରାଣୀ ଜେନାଙ୍କ ଅଡୁଆ ବଢ଼ିଲା, ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ଏସ୍‌ପିଙ୍କ ସହ ଥିବା ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ସେ ରାଉରକେଲା ଏସ୍‌ଆର୍‌ପି ଏସ୍‌ପି ସହ କଟକ GRPର ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିଥିଲେ ।