ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାରତର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟିଲ୍ଥ ଫାଇଟର ଏୟାରକ୍ରାଫ୍ଟ (AMCA - Advanced Medium Combat Aircraft) ଇଞ୍ଜିନ ନିର୍ମାଣ କରିବାକୁ ଅଫର ଦେଇଛି ବ୍ରିଟିଶ ଏରୋସ୍ପେସ୍ କମ୍ପାନୀ ରୋଲ୍ସ-ରୟସ। ଏହି ପ୍ରସ୍ତାବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ରୋଲ୍ସ-ରୟସ ଭାରତକୁ ଏହି ଇଞ୍ଜିନର ଫୁଲ ଆଇପି ରାଟ୍ସ ଦେବାକୁ ପ୍ରତିଶ୍ରୁତି ଦେଇଛି।

ତେବେ ଏହା ପୂର୍ବରୁ ଫ୍ରାନ୍ସ କମ୍ପାନୀ ସାଫ୍ରାନ(safran) ମଧ୍ୟ ଭାରତକୁ ପଞ୍ଚମ ପିଢ଼ିର ଷ୍ଟିଲ୍ଥ ଫାଇଟର ଏୟାରକ୍ରାଫ୍ଟ ଇଞ୍ଜିନ ବନାଇବାକୁ ଅଫର ଦେଇଥିଲା। ଭାରତ ସହ ମିଶି ଇଞ୍ଜିନ ବିକଶିତ କରିବାକୁ କହିଥିଲା ସାଫ୍ରାନ ପ୍ରସ୍ତାବ ଦେଇଛି। ଆଉ ଏବେ ରୋଲ୍ସ ରୟସ ଅଫର ଉଭୟ କମ୍ପନୀ ମଧ୍ୟରେ ପ୍ରତିଯୋଗିତା ବଢ଼ାଇ ଦେଇଛି।

ପ୍ରକଳ୍ପର ସମୟସୀମା ଓ ବିଶେଷତା

ରୋଲ୍ସ-ରୟସର କହିବା ଅନୁଯାୟୀ, ଯଦି ଚୁକ୍ତି ହୁଏ, ତେବେ ଇଞ୍ଜିନକୁ ଭାରତରେ ବିକଶିତ କରାଯିବ। ୨୦୩୨ ସୁଦ୍ଧା ଗ୍ରାଉଣ୍ଡ ଟେଷ୍ଟିଂ ଓ ୨୦୩୪ ସୁଦ୍ଧା ଉଡ଼ାଣ ଭରିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି। ଏହି ସହଯୋଗ କେବଳ ଇଞ୍ଜିନ ନିର୍ମାଣ ନୁହେଁ, ବରଂ ଡିଜାଇନ୍, ଇଞ୍ଜିନିୟରିଂ, ପରୀକ୍ଷଣ, ସାର୍ଟିଫିକେସନ୍ ଏବଂ ଭବିଷ୍ୟତର ଅପଗ୍ରେଡ୍ ପର୍ଯ୍ୟନ୍ତ କମ୍ପାନୀ ଭାରତକୁ ସହଯୋଗ କରିବ ବୋଲି କହିଛି।

Also Read- ଭାରତ-ଋଷିଆ ମଧ୍ୟରେ ହେବାକୁ ଯାଉଛି ଐତିହାସିକ ଡିଲ, Boeing, AirBusକୁ ଲାଗିବ ଝଟକା

AMCA ପ୍ରକଳ୍ପର ଗୁରୁତ୍ୱ

ଭାରତର AMCA ହେଉଛି ଦେଶର ପ୍ରଥମ ସ୍ୱଦେଶୀ ପଞ୍ଚମ ପିଢ଼ିର ଷ୍ଟିଲ୍ଥ ଫାଇଟର। ଏହି ବିମାନରେ ଇଣ୍ଟରନାଲ ୱେପନ୍ସ ବେ, ସୁପରକ୍ରୁଜ କ୍ଷମତା ଏବଂ ସେନ୍ସର ଫ୍ୟୁଜନ୍ ଭଳି ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିବ। AMCA ର ପ୍ରଥମ ଭାରିଆଣ୍ଟ (Mk1) GE F414 ଇଞ୍ଜିନ ସହ ଉଡ଼ିବ, କିନ୍ତୁ ଅଧିକ ଶକ୍ତିଶାଳୀ AMCA Mk2 ପାଇଁ ୧୧୦-୧୩୦ kN ଥ୍ରଷ୍ଟ କ୍ଲାସର ଇଞ୍ଜିନ ଆବଶ୍ୟକ।

ଏହି ପ୍ରକଳ୍ପ ପାଇଁ ସରକାର ଟାଟା ଆଡଭାନ୍ସ ସିଷ୍ଟମ୍ସ, L&T-BEL ଏବଂ ଭାରତ ଫୋର୍ଜ-BEML ଭଳି ବଡ଼ କମ୍ପାନୀଗୁଡ଼ିକୁ ସର୍ଟଲିଷ୍ଟ କରିଛନ୍ତି। ସରକାରୀ ଆକଳନ ଅନୁଯାୟୀ, ୨୦୩୫ ସୁଦ୍ଧା ଏହି ଅତ୍ୟାଧୁନିକ ଯୁଦ୍ଧବିମାନ ବାୟୁସେନାରେ ସାମିଲ ହୋଇପାରିବ। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ସମ୍ପୂର୍ଣ୍ଣ IP ରାଇଟ୍ସ ହାସଲ କରିବା ଭାରତ ପାଇଁ ଏକ ବଡ଼ କୂଟନୈତିକ ଏବଂ ବୈଷୟିକ ବିଜୟ ସାବ୍ୟସ୍ତ ହେବ।