ଲର୍ଡସ: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚରେ ଲର୍ଡସରେ ଇତିହାସ ରହିଛନ୍ତି । ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଦିନିକିଆରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି । ଆଜିର ଏହି ଧୂଆଁଧାର ଇନିଂସ ସହିତ ସେ ସମାଲୋଚକମାନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଏହା ରୋହିତଙ୍କ ୩୪ତମ ଏକଦିବସୀୟ ଶତକ ଏବଂ ଇଂଲଣ୍ଡ ବିପକ୍ଷରେ ତାଙ୍କର ଚତୁର୍ଥ ଶତକ । ଏହା ବ୍ୟତୀତ, ଏହା ଇଂଲଣ୍ଡ ମାଟିରେ ରୋହିତଙ୍କ ୮ମ ଏକଦିବସୀୟ ଶତକ ।

ରୋହିତ ଶର୍ମା ଲର୍ଡସରେ ୫୦ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ ଏବଂ ୮୪ ବଲରେ ଶତକ ହାସଲ କରିଥିଲେ । ମାତ୍ର ୩୪ ବଲରେ ଦ୍ୱିତୀୟ ଅର୍ଦ୍ଧଶକର ପୂରଣ କରିଥିଲେ । ରୋହିତ୍ ଏହି ମ୍ୟାଚରେ ଚୌକା ସହିତ ତାଙ୍କର ଶତକ ପୂରଣ କରିଥିଲେ । ରୋହିତ୍ ଶର୍ମା ୩୯ ବର୍ଷ ଏବଂ ୮୦ ଦିନ ବୟସରେ ଏହି ସଫଳତା ହାସଲ କରି ଲର୍ଡସରେ ଏକ ଦିବସୀୟ ମ୍ୟାଚରେ ଶତକ ହାସଲ କରିଥିବା ସବୁଠାରୁ ବୟସ୍କ ବ୍ୟାଟର ହୋଇଥିଲେ ।

ରୋହିତ ଇଂଲଣ୍ଡରେ ତାଙ୍କ କ୍ୟାରିୟର ଅଷ୍ଟମ ଦିନିକିଆ ଶତକ ହାସଲ କରିଛନ୍ତି । ଏହା ସହିତ ସେ ସଚିନ ତେନ୍ଦୁଲକର, ସଇଦ ଅନୱର, ଏବି ଡିଭିଲିୟର୍ସ ଏବଂ କ୍ୱିଣ୍ଟନ ଡି କକଙ୍କ ରେକର୍ଡ ଭାଙ୍ଗିଛନ୍ତି । ରୋହିତ ଏବେ କୌଣସି ବିଦେଶ ମାଟିରେ ସର୍ବାଧିକ ଦିନିକିଆ ଶତକ ସହିତ ବ୍ୟାଟରଙ୍କ ତାଲିକାର ଶୀର୍ଷରେ ଅଛନ୍ତି । ପୂର୍ବରୁ ସଚିନ, ଅନୱର, ଏବି ଡିଭିଲିୟର୍ସ ଏବଂ ଡି କକ ପ୍ରତ୍ୟେକେ ବିଦେଶରେ ସାତଟି ଶତକ ହାସଲ କରିଥିଲେ ।

ବିଦେଶରେ ସର୍ବାଧିକ ଦିନିକିଆ ଶତକ ଲଗାଇଥିବା ବ୍ୟାଟର

୮ ଶତକ – ରୋହିତ ଶର୍ମା – ଇଂଲଣ୍ଡରେ

୭ ଶତକ – ସଚିନ ତେନ୍ଦୁଲକର – ୟୁଏଇରେ

୭ ଶତକ – ସଇଦ ଅନୱର – ୟୁଏଇରେ

୭ ଶତକ – ଏବି ଡିଭିଲିୟର୍ସ – ଭାରତରେ

୭ ଶତକ – କ୍ୱିଣ୍ଟନ ଡି କକ୍ – ଭାରତରେ

ରୋହିତ ଭାଙ୍ଗିଲେ ଭିଭ୍ ରିଚାର୍ଡସଙ୍କ ରେକର୍ଡ

ରୋହିତ ଇଂଲଣ୍ଡ ମାଟିରେ ସମସ୍ତ ଫର୍ମାଟରେ ତାଙ୍କର ଦଶମ ଶତକ ହାସଲ କରି ଭିଭ୍ ରିଚାର୍ଡସଙ୍କ ରେକର୍ଡ ଭାଙ୍ଗିଛନ୍ତି । ଭିଭ୍ ଇଂଲଣ୍ଡରେ ନଅଟି ଶତକ ହାସଲ କରିଥିଲେ । ତାଲିକାରେ ଡନ୍ ବ୍ରାଡମ୍ୟାନ୍ ୧୧ଟି ଶତକ ସହିତ ଶୀର୍ଷରେ ଅଛନ୍ତି । ଗୋର୍ଡନ ଗ୍ରୀନିଜ୍, ଷ୍ଟିଭ୍ ୱା, ରାହୁଲ ଦ୍ରାବିଡ୍ ଏବଂ ଷ୍ଟିଭ୍ ସ୍ମିଥ୍ ମିଳିତ ଭାବରେ ତୃତୀୟ ସ୍ଥାନରେ ଅଛନ୍ତି ।

ଇଂଲଣ୍ଡରେ ବିଦେଶୀ ବ୍ୟାଟରଙ୍କ ଦ୍ୱାରା ସର୍ବାଧିକ ଶତକ

୧୧ ଶତକ - ଡନ୍ ବ୍ରାଡମ୍ୟାନ୍

୧୦ ଶତକ - ରୋହିତ ଶର୍ମା

୯ ଶତକ - ଭିଭ୍ ରିଚାର୍ଡସ୍

୮ ଶତକ - ଗୋର୍ଡନ୍ ଗ୍ରୀନିଡ୍

୮ ଶତକ - ଷ୍ଟିଭ୍ ୱ

୮ ଶତକ - ରାହୁଲ ଦ୍ରାବିଡ୍

୮ ଶତକ - ଷ୍ଟିଭ୍ ସ୍ମିଥ୍