ଭଦ୍ରକ ୧୪।୦୧ : ପୋଲିସକୁ ଦେକି ଦ୍ରୁତ ଗତିରେ ଯାଉଥିଲେ ଗାଡ଼ି । ଏହି ସମୟରେ ଭାରସାମ୍ୟ ହରାଇ ଏକାଧିକ ଗାଡ଼ିକୁ ଧକ୍କା ଦେଇ ଓଲଟିପଡିଲା ଗାଡ଼ି । ଏକ ବିବାହ ଭୋଜରେ ଆୟୋଜନ ହେଉଥିବା ସ୍ଥାନ ପୂର୍ବରୁ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଇଚ୍ଛାପୁରରୁ ଭଦ୍ରକ ଅଭିମୁଖେ ସିଲ୍ ହୋଇଥିବା ଏକ କଣ୍ଟେନର ଯାଉଥିଲା । ଅଧାରାସ୍ତାରେ ପୋଲିସ ଉକ୍ତ ଗାଡ଼ିକୁ ଅଟକାଇବା ପାଇଁ ପିଛା କରିଥିଲା । କିନ୍ତୁ ଗାଡ଼ି ନ ଅଟକି ଭାରତ ମାତା ମନ୍ଦିର ନିକଟରୁ ପୁରୁଣା ବଜାର ରାସ୍ତାରେ ଦ୍ରୁତଗତିରେ ଯାଉଥିଲା । ଏହି ସମୟରେ ସିରିଜ୍ ଦୁର୍ଘଟଣାରେ ୩ରୁ ଅଧିକ ବାଇକ ଓ କାର୍କୁ ଧକ୍କା ଦେଇଥିଲା । ଏହାପରେ ଉକ୍ତ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ଏହି ସ୍ଥାନରେ ଏକ ବିବାହ ଭୋଜର ଆୟୋଜନ ହୋଇଥିବାରୁ ଗହଳି ହୋଇଥିଲା । କିନ୍ତୁ ଗାଡ଼ି ଓଲଟି ପଡ଼ିବାରୁ କିଛି ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉକ୍ତ ଗାଡ଼ିକୁ ଜବତ କରି ଛାନ୍ଭିନ୍ ଜାରି ରଖିଛି ।