ଭୁବନେଶ୍ୱର ୨୩।୧୦ : ୨୬ରେ ବାତ୍ୟା ୨୮ରେ ଲ୍ୟାଣ୍ଡଫଲ । ଆଜି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ । ୨୫ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରଣିତ ହେବ । ୨୬ ତାରିଖରେ ବାତ୍ୟାର ରୂପ ନେବ । ଆଉ ୨୮ ତାରିଖ ବେଳକୁ ଏହା ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି ।  ଏହାର ପ୍ରଭାବରେ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ଅଂଚଳ ଗୁଡ଼ିକ ପ୍ରଭାବିତ ହେବ ।

IMD  ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଉପକୂଳବର୍ତ୍ତୀ ଅଂଚଳ ଗୁଡ଼ିକରେ ୨୪ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ଏବଂ କିଛି ସ୍ଥାନରେ ୬୫କିମି ପର୍ଯ୍ୟନ୍ତ ରହିପାରେ। ୨୫ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ଏବଂ ସର୍ବାଧିକ ୭୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ୨୬ ତାରିଖ ସକାଳ ବେଳକୁ ପବନର ବେଗ ୭୦ରୁ ୮୦ କିମି ଏବଂ ଝଟକା ପବନ ୯୦ କିମି ପ୍ରତି ଘଣ୍ଟା ରହିବାର ସମ୍ଭାବନା ଅଛି । ବାତ୍ୟା ଉପକୂଳ ମୁହାଁ ହେଲେ ଏହି ବେଗ କ୍ରମଶଃ ବୃଦ୍ଧି ପାଇବ ।

Also Read:-ଗମ୍ଭୀରଙ୍କ ଚାଲ୍ ଫେଲ୍ ଏବେ ଖେଳିବେ ବୈଭବ, ଇଶାନ ଆହତ ହେଲା ପରେ ବେବି ବସ୍‌ଙ୍କୁ ମିଲିବ ଚାନ୍ସ

ସେହିପରି ୨୮ ତାରିଖ ସକାଳ ବେଳକୁ ବାତ୍ୟା ଉପକୂଳରେ ପହଞ୍ଚିବା ସମୟରେ  ସର୍ବାଧିକ ପବନ ପ୍ରବାହିତ ହେବ।  ୨୬ ତାରିଖରୁ ସାମାନ୍ୟ ଧରଣର ବର୍ଷା ଆରମ୍ଭ ହୋଇପାରେ । ୨୭ ତାରିଖରୁ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।୨୮ ତାରିଖ: ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ସହିତ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଯାହାକି ୨୦ ରୁ ୩୦ ସେମି ବା ତା'ଠାରୁ ଅଧିକ ମଧ୍ୟ ହୋଇପାରେ ।୨୯ ତାରିଖ: ସମ୍ପୂର୍ଣ୍ଣ ଓଡ଼ିଶାରେ ବର୍ଷା ଜାରି ରହିବ ଏବଂ ଏହି ସମୟରେ ମଧ୍ୟ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା ଜାରି କରାଯାଇଛି ।୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Watch Video:-