କଲମ୍ବୋ, ୧୯/୦୮ : ଇତିହାସ ରଚିଲେ ଋଷଭ ପନ୍ତ । ଶୁଭମନ ଗିଲଙ୍କୁ ପଛରେ ପକାଇଲେ । ଭାରତୀୟ ଦଳର ଷ୍ଟାର୍ ବ୍ୟାଟର୍ ତଥା ଓ୍ୱିକେଟ୍ କିପର ପନ୍ତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଏକ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ମ୍ୟାଚର ଚତୁର୍ଥ ଦିନରେ ସେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପରେ ଭାରତ ପକ୍ଷରୁ ଅନ୍ୟତମ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି ।

ମ୍ୟାଚର ଦ୍ୱିତୀୟ ଇନିଂସରେ ପନ୍ତ ୬୯ ବଲରୁ ୬୬ ରନ୍ କରିଥିଲେ । ପ୍ରଥମ ଇନିଂସରେ ତାଙ୍କ ବ୍ୟାଟରୁ ୩୯ ରନ୍ ବାହାରିଥିଲା । ଫଳରେ ସେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପରେ ୨୮୮୫ ରନ୍ ସଂଗ୍ରହ କରିଛନ୍ତି ।ଯାହା ଗିଲଙ୍କ ରନଠୁ ୧୮ ରନ୍ ଅଧିକ । ଗିଲଙ୍କ ବ୍ୟାଟରୁ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପରେ ୨୮୬୭ ରନ୍ ବାହାରିଛି ।

ତେବେ ଗିଲଙ୍କ ପାଇଁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍ ବ୍ୟାଟସମ୍ୟାନ୍ ଭାବେ ଭଲ ରହିନାହିଁ । ସେ ମୁକାବିଲାର ପ୍ରଥମ ଇନିଂସରେ ମାତ୍ର ୧୬ ରନ୍ କରିଥିଲେ । ଦ୍ୱିତୀୟ ଇନିଂସରେ ୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏହାସହ ଉଭୟ ପନ୍ତ ଏବଂ ଗିଲ୍ ଡବଲୁଟିସିରେ ୪୧ ଲେଖାଏଁ ମୁକାବିଲା ଖେଳିଛନ୍ତି । କିନ୍ତୁ ପନ୍ତ ୭୩ଟି ଇନିଂସରେ ଗିଲଙ୍କଠୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ।

Also Read :- Earthquake: ସକାଳୁ ସକାଳୁ ଭୂକମ୍ପରେ ଥରିଲା ଚୀନ୍‌, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ

ଏହାସହ ପନ୍ତ ଅନ୍ୟ ଏକ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଟେଷ୍ଟ୍ କ୍ରିକେଟରେ ସେ ଭାରତ ପକ୍ଷରୁ ୧୦୦ଟି ଛକା ଲଗାଇବାର ରେକର୍ଡ ସ୍ଥାପନ କରିଛନ୍ତି । ପନ୍ତଙ୍କ ବ୍ୟତୀତ ଅନ୍ୟ କେହି ଭାରତୀୟ ବ୍ୟାଟର ୧୦୦ ଛକା ଲଗାଇ ନାହାଁନ୍ତି ।