ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ । ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପରେ, ଏବେ ତାଙ୍କ ପତ୍ନୀଙ୍କୁ ଟାର୍ଗେଟ କରୁଛି କଂଗ୍ରେସ । ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ପାଖରେ ୩ଟି ପାସପୋର୍ଟ ରହିଛି ବୋଲି କଂଗ୍ରେସ ନେତା ପବନ ଖେଡ଼ା ଅଭିଯୋଗ କରିବା ପରେ ଜୋର ଧରିଛି ଚର୍ଚ୍ଚା । ପବନ ଖେଡ଼ାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ବୋଲି ହିମନ୍ତ ବିଶ୍ବଶର୍ମା ଚେତାବନୀ ଦେଇଛନ୍ତି । ସେପଟେ କଂଗ୍ରେସ ଫଟୋସପ୍ ବ୍ୟବହାର କରି ପାସପୋର୍ଟ ଦେଖାଉଛି ବୋଲି କହିଛନ୍ତି ରିନିକି ଭୂୟାଁ ।

ବିବାଦକୁ ଆସିଥିବା ରିନିକି ଭୂୟାଁ କିଏ ?

ରିନିକି ଭୂୟାଁ ଶର୍ମା ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳରେ ଏକ ଜଣାଶୁଣା ନାମ। ରିନିକି ଜଣେ ଓକିଲ ଏବଂ ପୂର୍ବତନ ଟେନିସ୍ ଖେଳାଳି । ସେ ଜାତୀୟ ସ୍ତରରେ ଆସାମକୁ ପ୍ରତିନିଧିତ୍ୱ କରିଥିଲେ। ବର୍ତ୍ତମାନ ସେହି ଅଞ୍ଚଳର ସବୁଠାରୁ ବଡ଼ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରୁ ଗୋଟିଏର ସେ ମୁଖ୍ୟ।

କେଉଁଠୁ ପଢ଼ିଛନ୍ତି ରିନିକି ?

ରିନିକି ଭୂୟାଁଙ୍କ ଜନ୍ମ ୩୧ ଜୁଲାଇ, ୧୯୭୩ ରେ ଗୌହାଟୀରେ ହୋଇଥିଲା। ସେ ଏକ ବିଶିଷ୍ଟ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଜାଧବ ଚନ୍ଦ୍ର ଭୂୟାଁ ଜଣେ ପ୍ରସିଦ୍ଧ ଶିଳ୍ପପତି। ସେଣ୍ଟ ମେରୀ ସ୍କୁଲରେ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ, ସେ ଗୌହାଟୀର କଟନ୍ କଲେଜରୁ ତାଙ୍କର ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେଠାରୁ ସେ ଏଲଏଲବିରେ ମଧ୍ୟ ଡିଗ୍ରୀ ହାସଲ କରିଥିଲେ।

Also Read: Assam Election: ସାତ ଜନ୍ମ ନେଲେ ବି ମୋର କିଛି କରିପାରିବନି... କଂଗ୍ରେସକୁ ଛିଗୁଲାଇଲେ ହିମନ୍ତ ବିଶ୍ବଶର୍ମା

ରିନିକି ସଫଳ ବ୍ୟବସାୟୀ

ସେ ଅନେକ ଆସାମୀ ଚ୍ୟାନେଲର ମୂଳ କମ୍ପାନୀ ପ୍ରାଇଡ୍ ଇଷ୍ଟ ଏଣ୍ଟରଟେନମେଣ୍ଟର ଅଧ୍ୟକ୍ଷା ଏବଂ ପରିଚାଳନା ନିର୍ଦ୍ଦେଶକ। ରିନିକି ଏବଂ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ କଲେଜରେ ପଢ଼ୁଥିବା ସମୟରେ ସାକ୍ଷାତ ହୋଇଥିଲା। ହିମନ୍ତ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ବୋଲି ସେତେବେ ରନିକିଙ୍କୁ କହିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି: ଗୋଟିଏ ପୁଅ ଏବଂ ଗୋଟିଏ ଝିଅ।