ଭୁବନେଶ୍ବର ୨୩।୪: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି । ଆକାଶରୁ ବର୍ଷୁଛି ନିଆଁ ପିଣ୍ଡୁଳା । ଉପକୂଳରୁ ପଶ୍ଚିମ ଯାଏଁ ସବୁଠି ଡହ ଡହ ଖରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ତେବେ ଏଭଳି ବଢ଼ୁଥିବା ତାତିକୁ ଦୃଷ୍ଟିରେ ରଖି ଏଥର ଆଗୁଆ ଖରା ଛୁଟି ହେବାକୁ ଯାଉଛି । ଖୁବ୍‌ଶୀଘ୍ର ଏ ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି, ଏଥର ଆଗୁଆ ହେବ ଖରା ଛୁଟି । ଦିନ ଦୁଇ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ରାଜସ୍ବ ବିଭାଗ ଏବଂ ଗଣଶିକ୍ଷା ବିଭାଗ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଯାଇଛି । ଗଣଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଏବଂ ଏସଆରସିଙ୍କ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଆଗୁଆ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେଇପାରନ୍ତି । ଅଙ୍ଗନଓ୍ବାଡି ବନ୍ଦ ହେଲେ ଖାଦ୍ୟ ପହଞ୍ଚାଇବାରେ ବ୍ୟବସ୍ଥା କରିବୁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Also Read:- ସ୍କୁଲ ଖୋଲାରହିବ ନା ଛୁଟି ହେବ, ନିଷ୍ପତ୍ତିକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ

ଏହା ପୂର୍ବରୁବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀକହିଥିଲେ,ରାଜ୍ୟରେ ଏବେ ଖରାର ପ୍ରକୋପ ଜାରି ରହିଛି । ଯାହାକୁ ନେଇ ରାଜ୍ୟର ଅନେକ ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ତାପମାତ୍ରା ବଢୁଥିବାରୁ ୧୮ରୁ ଅଧିକ ଜିଲ୍ଲାରେ ଛୁଟି ଘୋଷଣା ହୋଇସାରିଲାଣି । ଏପିରିକି କିଛି କିଛି ଜିଲ୍ଲା ମଧ୍ୟ ନିଜ ନିଜ ଅଞ୍ଚଳରେ ଛୁଟି ଅବଧିକୁ ବୃଦ୍ଧି କରୁଛନ୍ତି ।