ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା ଆସୁଛି। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ IMD। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୧୪ ତାରିଖ ବେଳକୁ ସଦୃଶ୍ୟ ଲଘୁଚାପରେ ପରିଣତ ହେବ।

ସେହିପରି ୧୫ ତାରିଖ ବେଳକୁ ଅଵପାତର ରୂପ ନେବ। ଅଵପାତ ରୂପ ନେବା ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତା ୧୬ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଛି।

ଓଡ଼ିଶା କୁ ବାତ୍ୟା ଭୟ କି? ଯଦି ହେବ ଓଡ଼ିଶାର କେଉଁ ପାର୍ଟରେ ପ୍ରଭାବ ପକାଇବ? ପ୍ରବଳ ବର୍ଷା ହେବ ନା ପବନ ସହିତ ବର୍ଷା ହେବ? ଏହାକୁ ନେଇ ଏବେ ଓଡ଼ିଶାବାସୀ ପୁଣି ଚିନ୍ତାରେ। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ନିର୍ଦ୍ଦେଶକ ଙ୍କ ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ "ଘୂର୍ଣ୍ଣିବଳୟ" ସକ୍ରିୟ ରହିଛି।

also read-Cyclone: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ବାତ୍ୟା ଆଶଙ୍କା ! ୧୯ କିମ୍ବା ୨୦ରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ "ଲଘୁଚାପ କ୍ଷେତ୍ର" ରେ ପରିଣତ ହେବା ସହିତ ୧୪ ରେ "ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର",୧୫ ରେ "ଅବପାତ"ରେ ପରିଣତ ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଲଘୁଚାପ ଓ ପରବର୍ତ୍ତୀ ସମୟରେ ଅବପାତ ସମ୍ଭାବନା ଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଡ ମନୋରମା ମହାନ୍ତି। ଅନେକ ମଡେଲ ମଧ୍ୟ ଏହାକୁ ଆକଳନ କରୁଛନ୍ତି।