ଖୋର୍ଦ୍ଧା ୧୩।୧୧: ଅଟୋକୁ ଧକ୍କା ଦେଲା ଆମ ବସ୍ । ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ଘଟିଛି ଦୁର୍ଘଟଣା । ଅଟୋ ଡ୍ରାଇଭରଙ୍କ ସମେତ ୮ଛାତ୍ରଛାତ୍ରୀ ଗୁରୁତର । ସେମାନଙ୍କ ମଧ୍ଯରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲା ଗଙ୍ଗପଡାରୁ ଏକ ଅଟୋ ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ସର୍ଭିସ୍ ରୋଡ୍ରେ ଖୋର୍ଦ୍ଧା ଅଭିମୁଖେ ଆସୁଥିଲା । ସେହି ସମୟରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଆମ ବସ୍ ଅଟୋକୁ ସାମ୍ନାସାମ୍ନି ଧକ୍କା ଦେଇଥିଲା । ଫଳରେ ଅଟୋ ଡ୍ରାଇଭରଙ୍କ ସମେତ ୮ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ଯରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରଙ୍କୁ ଖୋର୍ଦ୍ଧା ମୁଖ୍ଯ ଚିକିତ୍ସାଳୟ ଏବଂ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Also Read:- ଜଳ ସଂରକ୍ଷଣ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ଉପକୃତ ହେବେ ୭୪ ଗାଁର ୭୨ ହଜାର ଲୋକ

ଦୁର୍ଘଟଣା ପରେ ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଲୋକେ ଆମ ବସ୍ର କାଚକୁ ଭାଙ୍ଗିଦେଇଛନ୍ତି । ଉତ୍ତେଜନା ପରିସ୍ଥିତି ଦେଖି ଘଟଣାସ୍ଥଳରେ ଇନ୍ଫୋଭ୍ୟାଲି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।