ଭୁବନେଶ୍ବର ୫।୭: ଆରମ୍ଭ ହେଲା ସର୍ଚ୍ଚ ଅପରେସନ । ବାଣୀବିହାର ନିକଟ କେନାଲରେ ନିଖୋଜ ହୋଇଥିବା ଯୁବକ ଅନିଲଙ୍କ ସନ୍ଧାନ ପାଇଁ ଆଜି ଦ୍ୱିତୀୟ ଦିନରେ ପୁଣି ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି । ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଓ ଷ୍ଟ୍ରାଇକ୍ ଫୋର୍ସର ଟିମ୍ ମିଳିତ ଭାବେ କେନାଲରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

Also Read:- ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ! ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ଡାକପଡା ସେତୁର ପଥର ୱାଲ ଓ ପିଚୁ ରାସ୍ତା

ଶନିବାର ପ୍ରାୟ ୭ ଘଣ୍ଟା ଧରି ଅଭିଯାନ ଚାଲିଥିଲେ ମଧ୍ୟ ଅନିଲଙ୍କ କୌଣସି ସନ୍ଧାନ ମିଳିନଥିଲା। କେନାଲରେ ଜମିଥିବା ଟନ୍ ଟନ୍ ଅଳିଆ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧକ ସାଜିଥିଲା। ଆଜିର ଅପରେସନରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସ୍ୱତନ୍ତ୍ର ଉପକରଣ ବ୍ୟବହାର କରାଯିବ । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଜମିଥିବା ବେଳେ ନିଖୋଜ ଅନିଲଙ୍କୁ ଖୋଜିବା ପାଇଁ ଜୋରଦାର ଭାବେ ଅଭିଯାନ ଆରମ୍ଭ ହୋଇଛି ।