ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏନଏସଏସ ବ୍ୟୁରୋ ପକ୍ଷରୁ ବନ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ଗ୍ରାମରେ ରିଲିଫ ସାମଗ୍ରୀ ବଂଟନ କରାଯାଇଛି । ଏହି ଗ୍ରାମଟି ଅଧିକ ବନ୍ୟା ପ୍ରଭାବିତ ହୋଇଛି ।

ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍), ଇନଷ୍ଟିଟ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର ) ଓ ସମ୍ ନର୍ସିଂ କଲେଜ କ୍ୟାମ୍ପସ୍-୧ର ଏନଏସଏସ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଚୁଡା, ବିସ୍କୁଟ, ଓଆରଏସ, ସାନିଟାରୀ ଜିନିଷ, ମହମବତୀ, ଦିଆସିଲି, ମଶା ଧୂପ, ପାଣି ବୋତଲ ଆଦି ବଂଟନ କରାଯାଇଥିଲା ।

Also Read: ପ୍ରମେୟ, ନ୍ୟୁଜ୍- ୭, ସୋଆ ପକ୍ଷରୁ ଅନ୍ତଃବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା, ପୁରସ୍କୃତ ହେଲେ ଶ୍ରେଷ୍ଠ ୧୦ ଛାତ୍ରଛାତ୍ରୀ

ରିଲିଫ ବଂଟନ କାର୍ଯ୍ୟରେ ବାଛରା ଗ୍ରାମର ସରପଂଚ ଲିପୁ ରାଉତ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କୁ ବହୁମାତ୍ରାରେ ସହଯୋଗ କରିଥିଲେ । ଉକ୍ତ ରିଲିଫ ବଂଟନ କାର୍ଯ୍ୟକ୍ରମକୁ ସୋଆର କୃଷି ମହାବିଦ୍ୟାଳୟର ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ପ୍ରାଧ୍ୟାପକ ଡ଼ଃ ସତ୍ୟ ନାରାୟଣ ଶତପଥୀ ଓ ବିଶ୍ୱ ବିଦ୍ୟାଳୟ ଏନଏସଏସ କର୍ମଚାରୀ ରାଜ ଶେଖର ବେହେରା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଏନଏସ ଏସର କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ କମଳ ଲୋଚନ ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସଂପାଦିତ ହୋଇଛି ।