ନୂଆଦିଲ୍ଲୀ: ଶୁକ୍ରବାର ରୁପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(IBJA) ଅନୁସାରେ, ଶୁକ୍ରବାର ରୁପା କିଲୋପ୍ରତି ୬,୬୭୮ ଟଙ୍କା ହ୍ରାସ ପାଇ କେଜି ୧ ଲକ୍ଷ ୮୪ ହଜାର ଟଙ୍କାକୁ ଖସି ଆସିଛି। ସେହିପରି ସୁନା ଦରରେ ମଧ୍ୟ ଶୁକ୍ରବାର କମିଛି। ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର ୧୩୬୪ ଟଙ୍କା ହ୍ରାସ ପାଇ ଦର ୧ ଲକ୍ଷ ୪୧ ହଜାର ଟଙ୍କା ହୋଇଯାଇଛି।

ଅକ୍ଟୋବରରେ ୩୭ ହଜାର ଟଙ୍କା ଶସ୍ତା ହେଲାଣି ରୁପା

ବର୍ତ୍ତମାନ ମାର୍କେଟ୍ ମାନ୍ଦା ଚାଲିଥିବାରୁ ଉଭୟ ସୁନା ଓ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଅକ୍ଟୋବର ମାସରେ ଏପର୍ଯ୍ୟନ୍ତ ସୁଦ୍ଧା ରୁପା ଦରରେ ୩୭,୦୨୯ ଟଙ୍କା ହ୍ରାସ ପାଇସାରିଲାଣି। ଅକ୍ଟବୋର ମାସ ଆରମ୍ଭର ମୂଲ୍ୟ ଯଦି ଦେଖିବା ତେବେ ଅକ୍ଟୋବର ୧ ତାରିଖରେ ରୁପା କିଲୋଗ୍ରାମ ପ୍ରତି ୨ ଲକ୍ଷ ୨୦ ହଜାର ଟଙ୍କା ଥିଲା। ଏବେ କେଜି ୧ ଲକ୍ଷ ୮୪ ହଜାର ଟଙ୍କାକୁ ହ୍ରାସ ପାଇଛି।

Also Read- ଅନ୍ତର୍ଜାତୀୟ ବଜାର କବ୍ଜା କରିବା ଲକ୍ଷ୍ୟରେ ଆଦାନୀ ଗ୍ରୁପ: ୟୁରୋପର ଏହି ବଡ଼ କମ୍ପାନୀକୁ କିଣିବା ପାଇଁ ଅଫର କଲା ଟଙ୍କା

ସେହିପରି ସୁନା ଦର ଅକ୍ଟୋବର ମାସରେ ୭,୨୪୭ ଟଙ୍କା କମିଛି। ଅକ୍ଟୋବର ପହିଲାରୁ ୨୪ କ୍ୟାରେଟ ସୁନା ଦର ଥିଲା ୧.୪୮ ଲକ୍ଷ ଟଙ୍କା। ହେଲେ ବର୍ତ୍ତମାନ ଏହା ୧ ଲକ୍ଷ ୪୧ ହଜାର ଟଙ୍କାକୁ ହ୍ରାସ ପାଇଛି। ସୁନା ଚାନ୍ଦି ମୂଲ୍ୟରେ ହ୍ରାସ ଅନ୍ତର୍ଜାତୀୟ ବଜାରରେ ଡଲାର ମଜଭୁତ ହେବା, ବଡ଼ ନିବେଶକମାନେ ଉଚ୍ଚା ଦରରେ ଶେୟାର ବିକ୍ରି କରିବା ଯୋଗୁ ସୁନା ଓ ରୁପା ଦର କମୁଛି।

ଅଲ ଟାଇମ ହାଇରୁ ପାଖାପାଖି ୨ ଲକ୍ଷ ହ୍ରା ହେଲାଣି ରୁପା
​​​​​​​
ଚଳିତ ବର୍ଷ ଉଭୟ ସୁନା ଓ ରୁପା ଦର ବୃଦ୍ଧିର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲେ। କାରଣ ୩୧ ଡିସେମ୍ବର ୨୦୨୫ରେ ରୁପା ଦର ୨.୩୦ ହଜାର ଟଙ୍କା ଥିଲା। ହେଲେ ୨୦୨୬ ଜାନୁଆରୀ ୨୯ ତାରିଖ ବେଳକୁ ଏହା ବଢ଼ି ୩.୮୬ ଲକ୍ଷ ଟଙ୍କାର ଅଲ ଟାଇମ ହାଇରେ ପହଞ୍ଚିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ରୁପା ଦରରେ ୧.୯୬ ଲକ୍ଷ ଟଙ୍କା ହ୍ରାସ ପାଇଲାଣି। ସେହିପରି ଡିସେମ୍ବର ୨୦୨୫ରେ ସୁନା ଦର ୧.୩୩ ଲକ୍ଷ ଟଙ୍କା ଥିଲା। କିନ୍ତୁ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ସୁନା ୧ ଲକ୍ଷ ୭୬ ହଜାର ଟଙ୍କା ହୋଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଏଥିରେ ୩୫ ହଜାର ଟଙ୍କା ଶସ୍ତା ହୋଇଗଲାଣି।