ଭୁବନେଶ୍ୱର ୩୧।୦୮ : ପ୍ରମେୟ ଓ ନ୍ୟୁଜ 7 ପକ୍ଷରୁ ଆନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାରେ ଶ୍ରେଷ୍ଠ ୧୦ ଜଣଙ୍କ ପୁରସ୍କୃତ କରାଯାଇଥିଲା ।

ରାଜଧାନୀ ଭୁବନେଶ୍ୱରରେ ଥିବା ୧୦ ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଥମେ ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦୁଇଟି ଭାଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ପଞ୍ଚମରୁ ସପ୍ତମ ଶ୍ରେଣୀ ଯାଏ ଗୋଟିଏ ବିଭାଗ ଏବଂ ଅଷ୍ଟମରୁ ୧୦ଶ୍ରେଣୀ ପର୍ଯ୍ୟନ୍ତ ଆଉ ଏକ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ୧୦ଟି ସ୍କୁଲରୁ ୬୦ ଜଣ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କ ମଧ୍ୟରେ ପୁଣି ଆଜି ପ୍ରତିଯୋଗିତା ଆୟୋଜିତ ହୋଇଛି ।

Also Read:-ଭାରତରେ ବଢ଼ୁଛି ଅବିବାହିତ ମହିଳାଙ୍କ ସଂଖ୍ୟା, କାହିଁକି ବିବାହ କରିବାକୁ ଚାହୁଁ ନାହାନ୍ତି ଯୁବତୀ ?

ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୧୦ ଜଣଙ୍କ ପୁରସ୍କୃତ କରାଯାଇଛି। ଅନ୍ୟ ୫୦ ଜଣଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ବର୍ଷା ଋତୁରେ ମୋ ଗାଁ , ଓ ସବୁଜ ପରିବବଶ ବିଷୟବସ୍ତୁକୁ ନେଇ ଏହି ପ୍ରତିଯୋଗିତା କରାଯାଇଛି । ଦୁଇ ଜଣ ବିଚାପର ଏହି ଉତ୍କୃଷ୍ଟ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରିଥିଲେ । ଉତ୍କୃଷ୍ଟ ଛାତ୍ରଛାତ୍ରୀଙ୍କୁ ସୁମା ରିଆଲ ମିଡିଆ ପ୍ରାଇଭେଟ ଲିମିଟେଡ଼ ନିର୍ଦ୍ଦେଶିକା ଶାଶ୍ବତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରୁସ୍କୃତ କରିଥିଲେ । ଏହି ଅବସରେ ସୁମା ରିଅଲ ମିଡିଆର ନିର୍ଦ୍ଦେଶିକା ଶାଶ୍ବତୀ ଦାସଙ୍କ ସହ, ପ୍ରମେୟ ଓ ନ୍ୟୁଜ୍ ୭ର ସିଇଓ ସୁନୀଲ ଦାସ, ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ୍ 7ର କାର୍ଯ୍ୟନିବାହୀ ଏଡିଟର ଦେବ ନାରାୟଣ ସେଠି, ପ୍ରମେୟ ଭୁବନେଶ୍ୱର ବ୍ୟୁରୋ ଦେବେନ୍ଦ୍ର ସୁଆର, ପ୍ରମେୟ ସର୍କୁଲେସନ ଡିଜିଏମ ଗଜେନ୍ଦ୍ର ଦାସ , ସୋଆ ଛାତ୍ର ମଙ୍ଗଳ ଡିନ୍ ଜ୍ୟୋତି ରଞ୍ଜନ ଦାସ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସ୍କୁଲ ପ୍ରଧାନଚାର୍ଯ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

 

Watch Video:-

​​​​​​​