ଲମତାପୁଟ ୧୬।୦୯ : ଶବ ସତ୍କାର ପାଇଁ ଉଛୁଳା ନଦୀ ପାର୍ । ରାସ୍ତା ନଥିବାରୁ ଉଛୁଳା ନଦୀ ପାରି ହୋଇ ଶବ ସତ୍କାର ପାଇଁ ବିପଦପୂର୍ଣ୍ଣ ଭାବେ ଗଲେ ସମ୍ପର୍କୀୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡା ଗାଁରେ । ଗତ ୨ ଦିନରେ ଦେଖିବାକୁ ମିଳିଛି ଏଭଳି ୨ଟି ଘଟଣା ।

ସୂଚନା ଅନୁସାରେ, ଦେବଷଣ୍ଢଗୁଡା ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ଥିଲା । ଶ୍ମଶାନ ଯିବାକୁ କୌଣସି ରାସ୍ତା ନଥିବାରୁ ଗାଁଲୋକେ ବାଧ୍ୟ ହୋଇ ବାସୁକି ନଦୀ ପାର ହୋଇ ଯାଇଥିଲେ । ସେହିପରି ଗତ ସୋମବାର ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟ ମାନେ ମଧ୍ୟ ବାସୁକି ନଦୀ ପାର ହୋଇ ଯାଇଥିଲେ । କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁ ନଦୀରେ ପ୍ରଖର ସ୍ରୋତ ରହିଛି । ଏଣୁ ନିଜ ସମ୍ପର୍କୀୟ ଓ ଗାଁ ଲୋକେ ଏକ ଦଉଡ଼ି ସାହାଯ୍ୟ ରେ ବିପଦପୂର୍ଣ୍ଣ ଭାବେ ନଦୀ ଭିତରେ ପଶି ଶବକୁ କାନ୍ଧେଇ ନଦୀ ଆର -ପାର ହୋଇଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦୁଃଖ ସହ ଅସନ୍ତୋଷ ପ୍ରକାଶ ପାଇଛି ।

Also Read:-Odisha heavy rainfall: ଆସୁଛି ବଡ଼ ବର୍ଷା ; ୨୨ରୁ ବଦଳିବ ପାଗ, ୨୩ ଅପରାହ୍ନରୁ ଭିଜିବ ଓଡ଼ିଶା