ବାଲେଶ୍ବର: ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ ହାତରେ ଲାଗିଛି ବିପୁଳ ପରିମାଣର ବ୍ରାଉନ ସୁଗାର । ଚଢ଼ାଉ ବେଳେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । 

ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ସହଦେବଖୁଣ୍ଟା ଥାନା ପୋଲିସ ଅରଡ଼ବଜାର, ମାଲଗୋଦାମ ଓ ନୂଆସାହି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ବାଲେଶ୍ୱର ରେଳ ଷ୍ଟେସନ ପଛ ପାର୍ଶ୍ବ ମାଲଗୋଦାମ ନିକଟରେ କିଛି ଯୁବକ ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରି ଦୁଇ ଜଣଙ୍କୁ କାବୁ କରିଛି ପୋଲିସ।

Also Read: 

ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ନନ୍ଦୋଳା ଗ୍ରାମର ପ୍ରଶାନ୍ତ କୁମାର ନନ୍ଦ ଓରଫ ବାଦଲ ଏବଂ ସିଶୁଆ ଗ୍ରାମର ରଶ୍ମିରଞ୍ଜନ ବାରିକ। ସେମାନଙ୍କ ନିକଟରୁ ମୋଟ ୧୪୬ ଗ୍ରାମ୍ ବ୍ରାଉନସୁଗାର ସହିତ ୨ଟି ଦାମୀ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଗିରଫ ପ୍ରଶାନ୍ତ କୁମାର ନନ୍ଦଙ୍କ ନାଁରେ ପୂର୍ବରୁ ମଧ୍ୟ କଟକର ଜଗତପୁର ଏବଂ ଲାଲବାଗ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏହି ଘଟଣାରେ ସହଦେବଖୁଣ୍ଟା ଥାନା ପୋଲିସ NDPS ଆକ୍ଟ ଅଧୀନରେ କେସ୍ ନଂ ୩୯୧ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।