ବେଙ୍ଗାଲୁରୁ: IPL 2026 ଆରମ୍ଭ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଜାରି ରହିଛି । ଯେଉଁଥିରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି। କିନ୍ତୁ ଆଜିର ମ୍ୟାଚରେ ଆରସିବିର ଖେଳାଳିମାନେ କଳା ପଟି ପିନ୍ଧି ପଡ଼ିଆକୁ ଓହ୍ଲାଇଛନ୍ତି । ଏହି ମ୍ୟାଚରେ ଟସ୍ ଜିତିବା ପରେ, RCB ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

କାହିଁକି କଳା ପଟି ପିନ୍ଧି ଖେଳିଲେ RCB ଖେଳାଳି ?

IPL 2025 ସିଜିନରେ, ଆରସିବି ୧୮ ବର୍ଷ ପରେ ପ୍ରଥମ ଥର ପାଇଁ ଟ୍ରଫି ଜିତିଥିଲା । ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ । ଆରସିବି ଦଳ ଫାଇନାଲ ଜିତିବା ପରେ ବେଙ୍ଗାଲୁରୁରେ ପହଞ୍ଚିଥିଲା । ବିଜୟ ପରେଡ ସମୟରେ ଦଳାଚକଟା ହୋଇଥିଲା, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ ଏବଂ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। RCB କୁ ବହୁତ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ, ଆରସିବି ହାତରେ କଳା ପଟି ପିନ୍ଧି ପଡ଼ିଆକୁ ଓହ୍ଲାଇଛି । ମୃତକଙ୍କ ଶ୍ରଦ୍ଧାଞ୍ଜଳି ଜଣାଇ ଟିମ୍ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲା । ସେପଟେ BCCI ମଧ୍ୟ ଉଦଘାଟନୀ ଉତ୍ସବ ନକରିବାକୁ ନିଷ୍ପତ୍ତି ନେଇଥିଲା।

ବିଜୟ ଲକ୍ଷ୍ୟରେ ଆରସିବି

IPL 2026ର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ, RCB ଅଧିନାୟକ ରଜତ ପାଟିଦାର ଟସ୍ ଜିତିବା ପରେ ବ୍ୟାଟିଂ ଅନୁକୂଳ ପିଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସିଜିନର ପ୍ରଥମ ମ୍ୟାଚରେ RCB ପାଇଁ ଜୋଶ ହାଜେଲଉଡ୍ ଅନୁପସ୍ଥିତ ଥିଲେ । ଭୁବନେଶ୍ୱର କୁମାର ଏବଂ ଜାକବ୍ ଡଫିଙ୍କ ସହିତ ବୋଲିଂ ଆକ୍ରମଣର ନେତୃତ୍ୱ ନେଇଥିଲେ। ଏହା ବ୍ୟତୀତ, ସମସ୍ତଙ୍କ ନଜର ପୁଣିଥରେ ବ୍ୟାଟିଂ ବିଭାଗରେ ବିରାଟ କୋହଲିଙ୍କ ଉପରେ ରହିଛି। ସେପଟେ ପ୍ରଥମେ ବ୍ୟାଟିଂ କରି ଏସଆରଏଚ୍ ୨୦୧ ରନ୍ କରିଛି