ରାୟଗଡ଼ା ୩୧।୮: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଅର୍ଥ ଗଣତି ଆରମ୍ଭ ହୋଇଛି । ସୋମବାର ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର୍ଯ୍ଯରେ ନିୟୋଜିତ ଅଛନ୍ତି । ମା’ଙ୍କ ପୂଜାର୍ଚ୍ଚନା ପରେ ୨ ମାସ ପରେ ରାଜସ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ଦାନ ହୁଣ୍ଡି ଖୋଲାଯାଇଛି ।

ଗତଥର ଦାନ ହୁଣ୍ଡିରୁ ନଗଦ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ କେଜି ୧୩୦୦ ଗ୍ରାମ ରୁପା ଓ ୩୨ ଗ୍ରାମ ସୁନା ବାହାରିବା ସହ ୯ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଥିଲା । ଏହା ସହିତ ୟୁପିଆଇ ସ୍କାନରରେ ୩ ଲକ୍ଷ ୯୭ ହଜାର ୨୩୧ ଟଙ୍କା ବାହାରିଥିଲା । ଏହାସହ ୩୨ ଗ୍ରାମ ସୁନା ଓ ୧୩୦୦ ଗ୍ରାମ ରୁପା ଦାନହୁଣ୍ଡିରୁ ବାହାରିଥିବା ବେଳେ ମନ୍ଦିର ପରିସରରୁ ମଝି ଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସ୍ରେ ରାୟଗଡ଼ା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା ।

Also Read:- କେନ୍ଦୁଝର DLOଙ୍କ ଘରୁ ମିଳିଲା ୭.୨୯ ଲକ୍ଷ ନଗଦ ସହ ୩୦୦ ଗ୍ରାମ ସୁନା, ଲାଞ୍ଚ ନେଇ ଧରାପଡ଼ିଥିଲେ

ଚଳିତ ଥର ୟୁନିୟନ୍ ବ୍ଯାଙ୍କ ଅଫ୍ ଇଣ୍ଡିଆରେ ଗଣତି ଟଙ୍କା ଜମା କରାଯିବ । ଏଥିପାଇଁ ବ୍ଯାଙ୍କର କର୍ମଚାରୀ ମାନେ ମଧ୍ଯ ଉପସ୍ଥିତ ରହିଛନ୍ତି । ଆଜି ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୩୦୦ ଜଣ ମହିଳା ସାମିଲ ହୋଇଛନ୍ତି । ଦାନ ହୁଣ୍ଡିରୁ ବାହାରିଥିବା ଅର୍ଥ ମନ୍ଦିରର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି ।

Watch Video: