କଟକ।ଭୁବନେଶ୍ବର ୨୨।୫: CHSE ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାରେ ତ୍ରୁଟି । ୧୦୦ ମାର୍କର ପରୀକ୍ଷାରେ ଆସିଲା ୧୦୨ ନମ୍ବର । ରେଭେନ୍ସା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ରଙ୍କୁ ମିଳିଛି ଏଭଳି ମାର୍କ । ଛାତ୍ର ଜଣଙ୍କ ଇଂରାଜୀ ଥିଓରୀରେ ୮୨ ମାର୍କ ଏବଂ ପ୍ରାକ୍ଟିକାଲ ପରୀକ୍ଷାରେ ରେ ୨୦ ମାର୍କ ଦିଆଯାଇଛି । ​​​​​​​ଯାହା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଭେନ୍ସା ଜୁନିୟର କଲେଜ କର୍ତ୍ତୃପକ୍ଷ । ରେଭେନ୍ସା ଜୁନିୟର କଲେଜ ଅଧ୍ୟକ୍ଷ ଚିରଞ୍ଜିବୀ ମହାପାତ୍ର କହିଛନ୍ତି, ଏହା କୌଣସି ବୈଷୟିକ ତ୍ରୁଟି କାରଣରୁ ହୋଇଥାଇପାରେ । ତେଣୁ କଲେଜ ତରଫରୁ ସିଏଚଏସଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଯାହା ବାବଦରେ ସିଏଚଏସଇ ତରଫରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ରେଭେନ୍ସା ଜୁନିୟର କଲେଜର ଯୁକ୍ତ ଦୁଇ ଛାତ୍ର ବିଶ୍ୱଜିତ ଓରାମ ଇଂରାଜୀ ବିଷୟରେ ୧୦୦ରୁ ୧୦୨ ନମ୍ବର ରଖିଛନ୍ତି ।

ସେପଟେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ ଅକ୍ଷମଣୀୟ ଭୁଲକୁ ସ୍ବୀକାର କରିଛନ୍ତି । CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା କହିଛନ୍ତି, ଏହା କମ୍ପ୍ୟୁଟର ଜନିତ ତ୍ରୁଟି । ଏ ନେଇ ସଂଶୋଧନ କରାଯିବ । ଇଂରାଜୀ ବିଷୟରେ ୨୦ ମାର୍କ ଇଣ୍ଟରନାଲ ୮୦ ମାର୍କର ଥିଓରୀ ମାର୍କ ରହିଛି । ହେଲେ ରେଭେନ୍ସା ଜୁନିୟର ଛାତ୍ର ବିଶ୍ୱଜିତ ଓରାମଙ୍କ କ୍ଷେତ୍ରରେ ଇଂରାଜୀ ପେପର ଥିଓରୀରେ ବୋଧେ ୩ ମାର୍କ ଗ୍ରେସ୍ ଚଢ଼ିଛି । ଯାହା ଫଳରେ ୮୨ ମାର୍କ ହୋଇ ଯାଇଛି । ଆମେ ଏ ନେଇ ସ୍କ୍ରିନିଂ କରିବୁ । ଅନଲାଇନ୍‌ରେ ମିଳିଥିବା ମାର୍କସିଟ୍‌ରେ ତ୍ରୁଟି ଥାଇପାରେ ବୋଲି ସଫେଇ ଦେଇଛନ୍ତି ।

Also Read:- ଲଡକାପଲ୍ଲୀ ଛକରେ ଭୟଙ୍କର ଦୁର୍ଘଟଣା : ବସ୍-ଅଟୋ ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

ପ୍ରକୃତ ମାର୍କ ସିଟ୍‌ରେ ଠିକ୍ ହୋଇଯିବ । ଆମର ଅନଲାଇନ ମାର୍କିଂ ସଂଖ୍ୟା ୧୦୦କୁ ପ୍ରୋଗ୍ରାମିଂ କରାଯାଇଥିବାରୁ ତାହା ହୁଏତ ୮୨ ମାର୍କ ଲୋଡ୍ ହୋଇଯାଇଥିବା ବୋଲି କହିଛନ୍ତି । ଗ୍ରେସ ମାର୍କ ପାଇଁ ବ୍ୟବସ୍ଥା ରହିଛି । ଏ ନେଇ ଆନାଲିସିସ ଚାଲିଛି । ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି । କିଛି ସ୍ଥାନରେ କଲେଜ କର୍ତ୍ତୃପକ୍ଷ ପିଲାଙ୍କ ମାର୍କ ଚଢ଼ାଇ ନାହାନ୍ତି କିମ୍ବା ପୋଷ୍ଟିଂ ଏରର ହୋଇଥିବ ବୋଲି ପ୍ରଶାନ୍ତ ପରିଡ଼ା କହିଛନ୍ତି ।