ଗାନ୍ଧୀନଗର, ୧୭|୦୭: ସାରା ବିଶ୍ୱରେ ଧୁମଧାମରେ ପାଳନ ହେଉଛି ରଥଯାତ୍ରା । ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ପୂରପଲ୍ଲୀ ଉତ୍ସବମୁଖର । ଖାଲି ଓଡିଶା ନୁହେଁ ଦେଶର ବିଭିନ୍ନ ସ୍ଥାନରେ ରଥଯାତ୍ରା ଖୁବ୍ ଜାକଯମକରେ ପାଳନ କରାଯାଉଛି । ଗୁଜୁରାଟର ଅଦଲାଜ୍ ସହରରେ ମଧ୍ୟ କାଳିଆର ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ କରାଯାଇଛି ।

ଅଦଲାଜ ରଥଯାତ୍ରାରେ ପ୍ରାୟ ୨୫ ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସହରର ଆଖପାଖ ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସି ପବିତ୍ର ରଥଯାତ୍ରାରେ ସାମିଲ ହୋଇଥିଲେ । ଅନ୍ୟ ଦିଗରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ ରଥଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଯାତ୍ରାରେ ସେ ପହଣ୍ଡି ବିଦ୍ଧି ସମ୍ପାଦନ କରିଥିଲେ । ଏହାସହ ଛେରା ପହଁରା ମଧ୍ୟ କରିଥିଲେ । ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଅରହରି ଅମିନ ଏବଂ ଗାନ୍ଧୀନଗର ମେୟର ଶ୍ରୀମତି ମୀରାବେନ୍ ପଟେଲ୍ ମଧ୍ୟ ପବିତ୍ର ଉତ୍ସବରେ ଯୋଗଦାନ କରିଥିଲେ ।

ରଥଯାତ୍ରା ପାଇଁ ସକାଳ ୯ଟାରେ ମନ୍ଦିରର ଦ୍ୱାର ଖୋଲିଥିଲା । ଏହାପରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ଜାତି ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାଳୁ ଏଥିରେ ଭାଗ ନେଇଥିଲେ ।