ମୁମ୍ବାଇ - ଏହି ନିକଟ ଅତୀତରେ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା 'କଫି ୱିଥ୍ କରନ ' ସିଜନ୍ ୯ର ଏକ ଏପିସୋଡରେ ନଜର ଆସିଥିଲେ। ପରବର୍ତ୍ତୀ ସମୟରେ ଏହି ସାକ୍ଷାତକାରକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଲୋକ ଟ୍ରୋଲ୍ କରିଥିଲେ l ଇଣ୍ଟରନେଟରେ ବର୍ତ୍ତମାନ ଏହି ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେହି ଦିନ ଠାରୁ ଇଣ୍ଟରନେଟ୍ରେ ବିଜୟଙ୍କୁ 'ନାରୀଦ୍ୱେଷୀ' ଏବଂ 'ଆତ୍ମକୈନ୍ଦ୍ରିକ' ବୋଲି କୁହାଯାଉଛି। ଏବେ ରଶ୍ମିକା ମନ୍ଦାନା ନିଜ ସୋସିଆଲ ମିଡିଆ ମାଧ୍ୟମରେ ଟ୍ରୋଲ୍ କରିଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି, ଯେଉଁମାନେ ତାଙ୍କ ସ୍ୱାମୀଙ୍କୁ ଟାର୍ଗେଟ କରୁଛନ୍ତି ସେ ସେମାନଙ୍କୁ କଡା ପ୍ରତିକ୍ରିୟା ଦେଇଛନ୍ତି ।

ରଶ୍ମିକା କହିଛନ୍ତି ଏସବୁ ବିଷୟରେ ପ୍ରତିକ୍ରିୟା ଦେବାକୁ ମୁଁ ଚାହୁଁନଥିଲି lକାରଣ ପ୍ରତ୍ୟେକଙ୍କର ନିଜ ମତାମତ ରଖିବାର ଅଧିକାର ଅଛି l ଅନେକ ସମୟରେ ମୋ ମନ ଭିତରେ ମଧ୍ୟ କୌତୁହଳ ଥାଏ ଲୋକେ ଆମକୁ ନେଇ କଣ ଭାବନ୍ତି l କେବେ କେବେ ତ ମୁଁ ଏସବୁ ପଢ଼ିବାକୁ ଏବଂ ଅନ୍ୟମାନଙ୍କ ଦୃଷ୍ଟିକୋଣ ଜାଣିବାକୁ ଭଲ ମଧ୍ୟ ପାଏ। କିନ୍ତୁ ଆମ ସାକ୍ଷାତକାରକୁ ନେଇ ବର୍ତ୍ତମାନ ଯେଉଁ ଉତ୍ତେଜନା ଦେଖାଦେଇଛି, ତାହା କେବଳ ମତାମତ ପ୍ରକାଶ କରିବା ପରି ଲାଗୁନାହିଁ ବରଂ ଏହା ଏକ କ୍ରୋଧିତ ଜନସମୂହ ପରି ଲାଗୁଛି, ଯେଉଁମାନେ କେବଳ ନିଜର କ୍ରୋଧ ବାହାର କରିବା ପାଇଁ କାହାକୁ ଖୋଜୁଛନ୍ତି।"

ତେବେ କାହିଁକି ଏହି ଷ୍ଟାର ଦମ୍ପତିଙ୍କୁ ଏଭଳି ଟ୍ରୋଲିଂର ଶିକାର ହେବାକୁ ପଡିଲା ?ନିକଟରେ ରଶ୍ମିକା ଓ ବିଜୟ ଲୋକପ୍ରିୟ ଟକ୍ ଶୋ’ ‘କଫି ୱିଥ୍ କରନ ’ ସିଜନ୍ ୯ରେ ଏକାଠି ନଜର ଆସିଥିଲେ। ଏହି ଶୋ’ରେ ନିଜ ପ୍ରେମ ସମ୍ପର୍କ ଓ ବିବାହ ବିଷୟରେ ଖୋଲାଖୋଲି କଥା ହେବା ପରେ ଉଭୟଙ୍କୁ ନେଇ ଇଣ୍ଟରନେଟ୍ରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ପ୍ରଥମେ ବିବାହ ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଥିଲା ବିବାଦ l ଶୋ’ରେ ରଶ୍ମିକା ନିଜ ବିବାହ ସମ୍ପର୍କରେ ଏକ ରୋଚକ କଥା କହିଥିଲେ। ସେ କହିଥିଲେ ଯେ ଦିନେ ବିମାନବନ୍ଦରରେ ବସିଥିବା ସମୟରେ ସେ ବିଜୟଙ୍କୁ ବିବାହ କରିବା ପାଇଁ କହିଥିଲେ। ଏହାର ଉତ୍ତରରେ ବିଜୟ ତାଙ୍କୁ ୧୦୦ ଥର ପଚାରିବାକୁ କହିଥିବା କଥା ରଶ୍ମିକା ପ୍ରକାଶ କରିଥିଲେ। ଏପରିକି ସେ ପ୍ରାୟ ଏକ ବର୍ଷ ଧରି ବିବାହ ବିଷୟରେ ପଚାରିଥିବା କହିଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିଛି ଦର୍ଶକ ବିଜୟଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଉ କିଛି ଲୋକ ଏହାକୁ ଦମ୍ପତିଙ୍କ ବ୍ୟକ୍ତିଗତ କଥା ବୋଲି କହିଛନ୍ତି। କେତେକ ୟୁଜର୍ସ ବିଜୟଙ୍କୁ ‘ରେଡ୍ ଫ୍ଲାଗ୍’ ବୋଲି ମଧ୍ୟ କହିଛନ୍ତି।

ବିଜୟଙ୍କ ମନ୍ତବ୍ୟକୁ ନେଇ କିଛି ସୋସିଆଲ ମିଡିଆ ୟୁଜର୍ସ ରଶ୍ମିକାଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଛନ୍ତି। ଅନ୍ୟପଟେ, ଅନେକ ଦର୍ଶକ ଏହି ଘଟଣାକୁ ନେଇ ଅତ୍ୟଧିକ ଚର୍ଚ୍ଚା କରାଯାଉଥିବା ମତ ଦେଇଛନ୍ତି। ଏକ ମନୋରଞ୍ଜନ କାର୍ଯ୍ୟକ୍ରମର କିଛି ମନ୍ତବ୍ୟକୁ ଆଧାର କରି କାହାର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ନିଷ୍କର୍ଷରେ ପହଞ୍ଚିବା ଠିକ୍ ନୁହେଁ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

ଅକ୍ଟୋବର ୨୬ରେ ରଶ୍ମିକା ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ଏହି ଟ୍ରୋଲିଂର ଜବାବ ଦେଇଥିବା ବେଳେ । ନିଜ ସମ୍ପର୍କକୁ ନେଇ ଅନ୍ୟମାନଙ୍କ ଅନାବଶ୍ୟକ ମତାମତ ଉପରେ ସେ ଆପତ୍ତି ଉଠାଇଥିଲେ। ତାଙ୍କ କହିବା ଅନୁସାରେ, ଜୀବନର କଠିନ ସମୟରେ ବିଜୟ ତାଙ୍କ ସହ ଠିଆ ହୋଇଥିଲେ ଏବଂ ଉଭୟ ନିଜ ଇଚ୍ଛାରେ ପରସ୍ପରକୁ ବାଛିଛନ୍ତି। ସେହିପରି ବିଜୟ ମଧ୍ୟ ଏକ ପୋଷ୍ଟ ମାଧ୍ୟମରେ ନିଜ ପତ୍ନୀଙ୍କ ପ୍ରତି ଭଲପାଇବା ପ୍ରକାଶ କରିଥିଲେ। ସେ ଉଭୟ ଖୁସିରେ ଥିବା କହିବା ସହ ନିଜ ପରିବାରକୁ ନେଇ ଅଜଣା ଲୋକଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ଜଣାଇଥିଲେ। ଏହା ସହିତ ସେ ଏକ ବ୍ୟଙ୍ଗାତ୍ମକ ଭିଡିଓ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ସେଲିବ୍ରିଟିଙ୍କ ପ୍ରତ୍ୟେକ ଆଚରଣକୁ ବିଶ୍ଳେଷଣ କରୁଥିବା ସୋସିଆଲ ମିଡିଆ ୟୁଜର୍ସଙ୍କୁ ପରିହାସ କରାଯାଇଥିଲା।

also read- ବିଗବସରେ ଲିପଲକ୍‌ ରୋମାନ୍ସ ; ୨ କନ୍ଟେଷ୍ଟାଣ୍ଟଙ୍କୁ ସୌରଭ ଗାଙ୍ଗୁଲିଙ୍କ କଡ଼ା ଚେତାବନୀ

ରଶ୍ମିକା ଓ ବିଜୟଙ୍କ ସମ୍ପର୍କକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଦୀର୍ଘ ଦିନରୁ ଆଗ୍ରହ ରହିଆସିଛି। ଉଭୟ ‘ଗୀତା ଗୋବିନ୍ଦମ୍’ ଓ ‘ଡିୟର କମ୍ରେଡ୍’ ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ୨୦୨୬ ଫେବୃଆରୀ ୨୬ରେ ଉଭୟ ବିବାହ କରିଥିଲେ।ତେବେ ‘କଫି ୱିଥ୍ କରଣ ୯’ରେ ହୋଇଥିବା ଏହି ଆଲୋଚନା ପୁଣିଥରେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ଉପରେ ସୋସିଆଲ ମିଡିଆର ପ୍ରଭାବକୁ ନେଇ ପ୍ରଶ୍ନ ଉଠାଇଛି। ଏହି ବିବାଦ ମଧ୍ୟରେ ଦମ୍ପତି ନିଜ ସମ୍ପର୍କକୁ ନେଇ ସ୍ପଷ୍ଟ ମତ ରଖିଛନ୍ତି।