ନୂଆଦିଲ୍ଲୀ, ୧୦/୦୯ : ପାକିସ୍ତାନ କ୍ରିକେଟର ଅବସ୍ଥା ଭଲ ନାହିଁ । ଦଳ ଲଗାତାର ପରାସ୍ତ ହେଉଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଶୋଚନୀୟ ପ୍ରଦର୍ଶନ କରୁଛି । ୧୫୦ ରନ ବି କରି ପାରୁନି । ଏସବୁକୁ ନେଇ ପାକ୍ କ୍ରିକେଟ୍ ବୋର୍ଡରେ ବଡ଼ ପରିବର୍ତ୍ତନର ଆଭାସ ମିଳୁଛି । ହେଲେ ଏବେ ବିବାଦରେ ଫସିଛନ୍ତି ଦଳର କୋଚ୍ ମାଇକ୍ ହେସନ୍ ।

Also Read :- Orangutan Odisha : କେଉଁଠୁ ଆସିଲେ, କିଏ ଆଣିଲା ? ୧୭୦ରୁ ଅଧିକ ସିସିଟିଭି ଯାଞ୍ଚ, ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ STF୪ର ଛାନଭିନ୍

ପାକ୍ ଦଳର ପୂର୍ବତନ ଟେଷ୍ଟ୍ କ୍ରିକେଟର ରଶିଦ ଲତିଫ ହେସନଙ୍କୁ ନେଇ ବଡ ଟିପ୍ପଣୀ ଦେଇଛନ୍ତି । ଯାହା କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ଭିଡିଓ କେବେ ରେକର୍ଡ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଭିଡିଓରେ ରଶିଦ ହେସନଙ୍କ ଆଇପିଏଲ ସମ୍ପର୍କକୁ ନେଇ ଅନେକ କଥା କହୁଛନ୍ତି । ସେ କହୁଛନ୍ତି ଯେ, ହେସନ ଜଣେ ଭାରତୀୟ ଏଜେଣ୍ଟ ହୋଇଥାଇ ପାରନ୍ତି । ସେ କୌଣସି ମିଶନରେ ପାକିସ୍ତାନ କ୍ରିକେଟକୁ ଆସିଛନ୍ତି । ହାସନ ଦୀର୍ଘଦିନ ହେବ ଆଇପିଏଲ ସହ ଜଡିତ ଥିଲେ । ଭାରତରେ ସେ ଅନେକ ଦିନ କାଟିଛନ୍ତି । ତେଣୁ ସେ ଭାରତର ଗୁଇନ୍ଦା ଏଜେଣ୍ଟ ହୋଇଥିବା ନେଇ ସମ୍ଭାବନା ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଲତିଫ ଯେଉଁ ଅଭିଯୋଗ ଆଣିଛନ୍ତି ସେନେଇ କିଛି ପ୍ରମାଣ ଦେଖାଇପାରି ନାହାଁନ୍ତି । ଏହାସହ ଏହା କେବଳ ଏକ ଚିନ୍ତା ଏବଂ ଆଶଙ୍କା ବୋଲି ସେ ପ୍ରକାଶ କରିଛନ୍ତି । ଅର୍ଥାତ ମାଇକଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ପ୍ରମାଣ ଆଧାରିତ ନୁହେଁ । ଖାଲି ଏତିକି ନୁହେଁ ଲତିଫ କହିଥିବା କିଛି ଶବ୍ଦ ଯେପରିକି ପାକିସ୍ତାନ କ୍ରିକେଟକୁ ବରବାଦ କରିବା ପାଇଁ ଆସିଥିବା ଏବଂ ଏଜେଣ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ, ହେସନ ଏହି ସମୟରେ ପାକିସ୍ତାନ ସହ ସାମିଲ ଅଛନ୍ତି ଯେତେବେଳେ ଦଳ ଇଂଲଣ୍ଡ ବିପକ୍ଷରେ ଅତି ଶୋଚନୀୟ ପ୍ରଦର୍ଶନ କରୁଛି । ଦଳର ପ୍ରଦର୍ଶନକୁ ନେଇ ପିସିବି ଟିମ୍ ଏବଂ ସପୋର୍ଟ ଷ୍ଟାଫରେ ଅନେକ ପରିବର୍ତ୍ତନ କରିଛି । ତଥାପି ସୁଫଳ ମିଳିନି । ଏପରିକି ମ୍ୟାଚ୍ ପୂର୍ବରୁ ଖେଳାଳିଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସିଜ୍ କରାଯାଇଥିବା ନେଇ ଫଟୋ ଭାଇରାଲ ହୋଇଥିଲା ।