ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଏକ ଜଙ୍ଗଲରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଧଳା ଛାଇ ଦେଖିବା ପରେ ବନ ବିଭାଗରେ ହଇଚଇ ସୃଷ୍ଟି ହୋଇଛି । କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ଦେଖିବା ପରେ ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଧାରୋଲ ଜଙ୍ଗଲରେ ଏକ ଅତ୍ୟନ୍ତ ବିରଳ ଧଳା ହିମାଳୟାନ ଥର୍ (Himalayan Thar)ଦେଖିଛନ୍ତି। ଏହାକୁ ସ୍ଥାନୀୟ ଭାଷାରେ ‘କର୍ଥ’ ବୋଲି କୁହାଯାଏ ।

ଧଳା ରଙ୍ଗର ହିମାଳୟାନ୍ ଥର

ଏହି ହିମାଳୟାନ ଥର୍ ସାଧାରଣତଃ ମାଟିଆ କିମ୍ବା ଗାଢ଼ ରଙ୍ଗର ହୋଇଥାଏ । କିନ୍ତୁ ଏହି ଥର୍ ଧଳା, ଯାହାକୁ ଆଲବିନୋ କୁହାଯାଏ। ଏହି ରଙ୍ଗକୁ ଅତ୍ୟନ୍ତ ବିରଳ ବୋଲି ବିବେଚନା କରାଯାଏ । ବିଶେଷଜ୍ଞମାନଙ୍କ ଅନୁସାରେ, ଧଳା ରଙ୍ଗର ହିମାଳୟନ ଥର ସଂଖ୍ୟା ଖୁବ କମ୍ । କେବଳ ୦.୦୫% ଧଳା ହିମାଳୟନ ଥର ଅଛନ୍ତି । ଏହା ସାଧାରଣ ମାଟିଆ ଥର୍ ପଲରୁ ଅଲଗା । ପର୍ବତ ଉପରେ ଗତି କରୁଥିବା ବେଳେ ଏହା ଏକ ଧଳା ଛାୟା ଭାବରେ ଦେଖାଯାଏ। ଏହି ପ୍ରଜାତି ବହୁତ କମ୍ ସଂଖ୍ୟାରେ ଦେଖାଯାଏ । ଫଳରେ ବନ ବିଭାଗ ଅଧିକ ସତର୍କ ହୋଇଯାଇଛି ।

Also Read: ଯଦି ମନୁଷ୍ୟ ଅଦୃଶ୍ୟ ହୋଇଯାଏ, କେଉଁ ପ୍ରାଣୀ ପୃଥିବୀକୁ ଦଖଲ କରିବ? ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା

ଦନ୍ତ ଆରମ୍ଭ କଲା ବନ ବିଭାଗ

ହିମାଳୟନ୍ ଥରର ଶରୀର ଶକ୍ତିଶାଳୀ, ବଙ୍କା ଶିଙ୍ଗ ପଛକୁ ହୋଇ ରହିଥାଏ ଏବଂ ଶରୀରରେ ଘନ କେଶ ରହିଛି । ଏହାର ରଙ୍ଗ ଏହାକୁ ସ୍ବତନ୍ତ୍ର କରିଥାଏ । ଚମ୍ବାର ଡିଏଫଓ (ଭରମୌର) କୁଲଦୀପ ଜାମୱାଲ କହିଛନ୍ତି ଯେ, ଟିମ୍ ଯାଞ୍ଚ କରୁଛି । ଏହି ପ୍ରଜାତି କିପରି ଆସିଲା, ଏହାର ମୂଳ ବାସସ୍ଥାନ ଏବଂ ଏହି ପ୍ରଜାତି କେଉଁ ଅଞ୍ଚଳରେ ମିଳେ ସେ ବିଷୟରେ ବିଭାଗ ତଦନ୍ତ କରୁଛି।

Also Read: ନୂଆ କରି ଆସିଲା ରିଙ୍ଗଟେଲ ଲେମୁର, ଦେଖିବାକୁ ଲାଗିବ ଭିଡ଼

ଗତିବିଧି ଉପରେ ନଜର ରଖାଯାଇଛି

ଧଳା ହିମାଳୟାନ ଥର୍ ଦେଖିବା ପରେ, ବନ ବିଭାଗ ଏହି ଅଞ୍ଚଳରେ ସର୍ଭେଲାନ୍ସ ବଢ଼ାଇଛି । ବିଶେଷଜ୍ଞଙ୍କ ଏକ ଦଳ ଏହି ବିରଳ ହିମାଳୟାନ ଥର ଉପରେ ନଜର ରଖିଛନ୍ତି । ଏହା ଦ୍ଵାରା ଏହାର ସଂରକ୍ଷଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇପାରିବ।