ଅନେକ ସମୟରେ ନିଜ ବିବାଦୀୟ ଏବଂ ରାଜନୈତିକ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତା ପ୍ରକାଶ ରାଜ ପୁଣି ଥରେ ବିବାଦ ଘେରରକୁ ଆସିଛନ୍ତି । ଅଭିନେତା ପ୍ରକାଶ ରାଜ ଆରମ୍ଭରୁ ସିଜେପିର ସମର୍ଥନରେ ରହି ଆସିଛନ୍ତି । ଏହାରି ଭିତରେ ପ୍ରକାଶ ରାଜଙ୍କର ଏକ ବୟାନ ଭାଇରାଲ ହେଉଛି, ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ପ୍ରକାଶ ରାଜଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଏକ ପ୍ରେସ୍ କନ୍ଫରେନ୍ସର । ଭିଡିଓରେ ଜଣେ ସାମ୍ବାଦିକ ଅଭିନେତାଙ୍କୁ ପ୍ରଶ୍ନ ପଚାରୁଛନ୍ତି, 'ଆପଣମାନେ ମହିଳା ପୋଲିସ କର୍ମୀମାନଙ୍କୁ ହଇରାଣ କରୁଛନ୍ତି, ଅସୁବିଧାରେ ପକାଉଛନ୍ତି ବୋଲି ପ୍ରଶ୍ନ ଉଠୁଛି । ଏହା ଉପରେ ଆପଣ କ'ଣ କହିବେ ?'

ଏହି ପ୍ରଶ୍ନରେ ପ୍ରକାଶ ରାଜ ଏବଂ ପ୍ରେସ୍ କନ୍ଫରେନ୍ସରେ ଉପସ୍ଥିତ ଅନ୍ୟମାନେ ଜୋରରେ ହସିବାକୁ ଲାଗନ୍ତି । ପ୍ରକାଶ ରାଜ ଏହାର ଉତ୍ତର ଦେଇ କହିଥିଲେ, 'ଭଲ ମଜା ଥିଲା, ବହୁତ ଭଲ ମଜା ଥିଲା ।'

 

ଭିଡିଓ ସାମ୍ନାକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଆକ୍ରୋଶ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଭିଡିଓଟି ସେୟାର କରି କହିଛନ୍ତି 'ଏହା ଆମର ଭାରତୀୟ ସଂସ୍କୃତି ନୁହେଁ ! ଏହି ନିର୍ଲଜ୍ଜ ଭିଲନ୍ କିଏ ?? ଏହି ଡିମାଗୀ ନକ୍ସଲ ଲୋକମାନେ ଭାରତୀୟ ସଂସ୍କୃତିକୁ ନଷ୍ଟ କରୁଛନ୍ତି ।'