ମୁମ୍ଵାଇ ୦୫।୦୪; ନିତେଶ ତିୱାରୀଙ୍କ "ରାମାୟଣ"ର(Ramayan) ଟିଜରକୁ ସୋସିଆଲ ମିଡିଆରେ ମିଶାମିଶି ପ୍ରତିକ୍ରିୟା ମିଳୁଛି। ଲୋକମାନେ ଏହି ମହାନ ସିନେମାଟିକ୍ ଅନୁଭୂତି ପାଇଁ ଉତ୍ସାହିତ ଥିବାବେଳେ, ଟିଜରର VFX ଅନେକ ପ୍ରଶଂସକଙ୍କୁ ନିରାଶ କରିଛି। ବର୍ତ୍ତମାନ, ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଟିଭି ଶୋ', ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲାହିରୀ ମଧ୍ୟ ଫିଲ୍ମର ଟିଜର ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ରଣବୀରଙ୍କ ଲୁକ୍ ନ୍ୟାୟ ଦେଉନି:

ସୁନୀଲ ଲାହିରୀ କହିଛନ୍ତି ଯେ "ରାମାୟଣ" ଟିଜରର କିଛି ଦିଗ ତାଙ୍କୁ ଖରାପ ଲାଗିଛି। ସେ ରଣବୀର କପୁରଙ୍କ(Ranbir Kapoor) ଲୁକ୍ ଉପରେ ବିଶେଷ ଭାବରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ତାଙ୍କ ମୁହଁରେ ଶ୍ରୀରାମ ଭୂମିକା ପାଇଁ ସେହି ସୌମ୍ୟପଣ ନାହିଁ। ସୁନୀଲ ଲାହିରୀଙ୍କ ଅନୁସାରେ, ରଣବୀରଙ୍କ ଲୁକ୍ ଏହି କିମ୍ବଦନ୍ତୀ ଚରିତ୍ରର ମର୍ଯ୍ୟାଦା ଏବଂ ସୌମ୍ୟତା ପ୍ରତି ନ୍ୟାୟ ଦେଉ ନାହିଁ।

ଏକ ଆଲୋଚନାରେ, ସୁନୀଲ ଲାହିରୀ ରଣବୀର କପୁରଙ୍କ ରାମ ଲୁକ୍ ଉପରେ ତାଙ୍କର ଏଭଳି ସ୍ପଷ୍ଟ ମତ ଦେଇଛନ୍ତି। ସେ କହିଛନ୍ତି, "ରଣବୀର ଭଲ ଦେଖାଯାଉଛନ୍ତି ସତ, କିନ୍ତୁ ତାଙ୍କ ମୁହଁରେ ସୌମ୍ୟପଣର ଅଭାବ ଅଛି। ଅରୁଣ ଗୋଭିଲ୍(Arun Govil) ଯେଉଁ ଧୈର୍ଯ୍ୟ, ଶାନ୍ତ ଏବଂ ସରଳତା ପ୍ରକାଶ କରିଥିଲେ ତାହା ଏଠାରେ ନାହିଁ। ତଥାପି, ମୁଁ ବିଶ୍ୱାସ କରୁଛି ଯେ ରଣବୀର ତାଙ୍କ ଅଭିନୟ ଦ୍ୱାରା ଚରିତ୍ରକୁ ନ୍ୟାୟ ଦେବେ।"

"ଆନିମଲ୍" ଭଳି ହିଂସାତ୍ମକ ଚଳଚ୍ଚିତ୍ର ପରେ ରଣବୀର କପୁରଙ୍କୁ ଭଗବାନ ରାମ ଭାବରେ ଗ୍ରହଣ କରିବା କଷ୍ଟକର ହେବ ବୋଲି ଯେଉଁମାନେ ଅନୁଭବ କରୁଥିଲେ, ସେମାନଙ୍କ ସହ ସୁନୀଲ ଲାହିରୀ ମଧ୍ୟ ସହମତ। ସେ କହିଛନ୍ତି, "ରଣବୀରଙ୍କ ଲୁକ୍ ଟିକେ କଠୋର ମନେ ହେଉଛି; ସେ ଲକ୍ଷ୍ମଣ କିମ୍ବା ଭରତ ଭାବରେ ଅଧିକ ଉପଯୁକ୍ତ ହୋଇଥାନ୍ତେ। ଏଭଳି ଭୂମିକା ପାଇଁ ଏକ ନୂଆ ମୁହଁ ବାଛିବା ସର୍ବଦା ଭଲ। ଏନେଇ ଏଭଳି ଜଣେ ଅଭିନେତା ଦରକାର ଯାହାର ପୂର୍ବରୁ କୌଣସି ଇଜେମ୍ ନଥିବ କି ସେ କୌଣସି ବିବାଦରେ ଫସି ନଥିବେ।

Also Read-Ranbir On Sai Pallavi: ସୀତା ଭୂମିକା ପାଇଁ ସାଇଙ୍କୁ ଭୁରି ଭୁରି ପ୍ରଶଂସା କଲେ ରଣବୀର, କହିଲେ- ‘ତାଙ୍କ ଠାରୁ ଭଲ କେହି ନୁହଁନ୍ତି’