ନୂଆଦିଲ୍ଲୀ: ନିକଟରେ ଆସିଥିବା ଫିଲ୍ମ ରାମାୟଣର ପ୍ରଥମ ଲୁକ୍ ଫ୍ୟାନ୍ସକୁ ଖୁବ୍ ପସନ୍ଦ ଆସିଛି। ଫାଷ୍ଟ ଲୁକରେ ରଣବୀରଙ୍କୁ ଭଗବାନ ରାମଙ୍କ ଅବତାର ଦେଖି ବେଶ୍ ଖୁସି ପ୍ରକାଶ କରିଛନ୍ତି ଫ୍ୟାନ୍ସ। ଖାଲି ରଣବୀର ନୁହେଁ, ଫାଷ୍ଟ ଲୁକର ଭିଜୁଆଲ ଇଫେକ୍ଟ ହେଉ କି’ ବିଜିଏମ, ସବୁକିଛି ଖୁବ୍ ରୋମାଞ୍ଚକର । ଫିଲ୍ମର ପ୍ରଥମ ପାର୍ଟ ଚଳିତ ବର୍ଷ ଅକ୍ଟୋବରରେ ଦିପାବଳୀ ଅବସରରେ ରିଲିଜ ହେବାକୁ ଯାଉଥିବା ବେଳେ, ଫାଷ୍ଟ ଲୁକ୍ ପରେ ବଢ଼ିଛି ଉତ୍କଣ୍ଠା। ଫ୍ୟାନ୍ସମାନେ ଫିଲ୍ମ ବିଷୟରେ ଆହୁରି ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି। ବିଶେଷ କରି ଫିଲ୍ମ ପାଇଁ କେଉଁ ଅଭିନେତା ତଥା ଅଭିନେତ୍ରୀ କେତେ ଟଙ୍କା ନେଇଛନ୍ତି ? ତାହା ଜାଣିବାକୁ ବେଶ୍ ଉତ୍ସୁକ ଅଛନ୍ତି ଫ୍ୟାନ୍ସ।

ଚରିତ୍ର ଏବଂ ଷ୍ଟାର କାଷ୍ଟ

ସୂଚନାଥାଉକି, ରାମାୟଣ ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ମାତା ସୀତାଙ୍କ ଭୂମିକାରେ ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ଏବଂ ରାବଣ ଭୂମିକାରେ ସୁପରଷ୍ଟାର ୟଶ ନଜର ଆସିବେ। ସେହିପରି ପ୍ରଭୁ ହନୁମାନଙ୍କ ଭୂମିକାରେ ସନ୍ନି ଦେଓଲ ଏବଂ ଲକ୍ଷ୍ମଣ ଭୂମିକାରେ ରବି ଦୁବେ ଅଭିନୟ କରୁଛନ୍ତି। ତେବେ କେଉଁ ଅଭିନେତା ନେଇଛନ୍ତି କେତେ ଟଙ୍କା ?

Also Read: Ravi Dubey Ramayana: ୨୧ ବର୍ଷର ପରିଶ୍ରମ ପରେ ରବି ଦୁବେଙ୍କୁ ମିଳିଛି ବଡ ଭୂମିକା, କହିଲେ-‘ରାମାୟଣ ଠାରୁ ଭଲ ଚ୍ୟାଲେଞ୍ଜ୍ କିଛି ନାହିଁ’

ରଣବୀର ନେଇଛନ୍ତି କେତେ ଟଙ୍କା ?

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ରଣବୀର କପୁର ଫିଲ୍ମର ପ୍ରତି ପାର୍ଟ ପାଇଁ ୭୫ କୋଟି ଟଙ୍କା ନେଇଛନ୍ତି। ଅର୍ଥାତ ରାମାୟଣର ଦୁଇଟି ପାର୍ଟ ପାଇଁ ସମୁଦାୟ ୧୫୦ କୋଟି ଟଙ୍କା ନେଇଛନ୍ତି ରଣବୀର। ଯାହା ତାଙ୍କ ପୂର୍ବ ଫିଲ୍ମ ତୁଳନାରେ ଖୁବ୍ ଅଧିକ। ରାମାୟଣ ଫିଲ୍ମ ଦୁଇଟି ପାର୍ଟରେ ରିଲିଜ ହେବ। ପ୍ରଥମଟି ୨୦୨୬ ଅକ୍ଟୋବର ମାସରେ ଦିପାବଳୀ ଏବଂ ଦ୍ବିତୀୟ ପାର୍ଟ ୨୦୨୭ ଦିପାବଳୀରେ ରିଲିଜ ହେବ।

ସାଇ ପଲ୍ଲବୀ

ସେହିଭଳି ରାମାୟଣ ସିନେମାରେ ମାତା ସୀତାଙ୍କ ଭୂମିକା ନିଭାଇଥିବା ସାଇ ପଲ୍ଲବୀ, ଫିଲ୍ମର ପ୍ରତି ପାର୍ଟ ପାଇଁ ୬ କୋଟି ଅର୍ଥାତ ଦୁଇଟି ପାର୍ଟ ପାଇଁ ୧୨ କୋଟି ଟଙ୍କା ନେଇଛନ୍ତି। ଯାହା ତାଙ୍କର ପୂର୍ବ ୨.୫- ୩ କୋଟିର ସାଉଥ ପ୍ରୋଜେକ୍ଟ ଠାରୁ ଖୁବ୍ ଅଧିକ।

ୟଶ୍

କନ୍ନଡ଼ ସୁପରଷ୍ଟାର ୟଶ ଫିଲ୍ମର ପ୍ରତି ପାର୍ଟ ପାଇଁ ୫୦ କୋଟି ଟଙ୍କା ଚାର୍ଜ କରିଛନ୍ତି। ଅର୍ଥାତ ଦୁଇ ପାର୍ଟ ପାଇଁ ୟଶ୍ ୧୦୦ କୋଟି ଟଙ୍କା ନେଇଛନ୍ତି। ୟଶ କେଜିଏଫରେ ପାର୍ଟ ୧ ଏବଂ ୨ ପାଇଁ ଯଥାକ୍ରମେ ୩୦- ୩୫ କୋଟି ଟଙ୍କା ନେଇଥିବା ବେଳେ ରାମାୟଣରୁ ନେଇଥିବା ଟଙ୍କା ଖୁବ୍ ଅଧିକ।

Also Read: ‘ରାମାୟଣ’ ଟିଜର ଲଞ୍ଚ୍ ଇଭେଣ୍ଟରେ ଆସିଲେନି ରଣବୀର କପୁର, ତାଙ୍କ ଅନୁପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ

ସନ୍ନୀ ଦେଓଲ

ଭେଟେରାନ ଅଭିନେତା ସନ୍ନୀ ଦେଓଲ ରାମାୟଣରେ ଭଗବାନ ହନୁମାନଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ଦୁଇ ପାର୍ଟ ପାଇଁ ସେ ୪୦ କୋଟି ଟଙ୍କା ଚାର୍ଜ କରିଥିବା ଜଣାପଡ଼ିଛି। ଯାହା ଗଦର-୨ରୁ ପାଇଥିବା ଅର୍ଥ ସହ ପ୍ରାୟ ସମାନ।

ରବି ଦୁବେ

ରିପୋର୍ଟ ଅନୁସାରେ, ଟିଭି ଷ୍ଟାର ରବି ଦୁବେ ଫିଲ୍ମ ପାଇଁ ୨-୪ କୋଟି ଟଙ୍କା ଚାର୍ଜ କରିଛନ୍ତି। ତେବେ ଦୁଇଟିଯାକ ପାର୍ଟ ପାଇଁ ସେ କେତେ ଟଙ୍କା ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।